Masthead

ଆରପାରିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଖା କର୍ମଚାରୀ ରାଧାମୋହନ ସ୍ୱାଇଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଭବନର ରାଧା ଭାଇ ଆଉ ନାହାନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ଜଣେ ପୁରୁଖା କର୍ମଚାରୀ ରାଧା । କଂଗ୍ରେସ ଭବନର ସବୁ ଲୋକଙ୍କ ସାଙ୍ଗେ ସେ ପରିଚିତ । ପିସିସି ସଭାପତି କୁହନ୍ତୁ ବା ଯେତେ ବଡ଼ ବଡ଼ ନେତା କଥା କୁହନ୍ତୁ ସମସ୍ତେ ରାଧା ଭାଇଙ୍କୁ ଜାଣନ୍ତି । ଏହା ସହିତ କଂଗ୍ରସ ଭବନକୁ ଯେଉଁ ସବୁ କର୍ମୀ ଆସନ୍ତି ତାଙ୍କ ଦଳର ରାଜ୍ୟ ଓ ରାଜ୍ୟର ବିଭିନ୍ନ ଆଡୁ, ବିଭିନ୍ନ ଗଣମାଧ୍ୟମ କର୍ମଚାରୀ ସମସ୍ତଙ୍କ ପରିଚିତ ରାଧାବାବୁଙ୍କ ସହିତ । ରାଧାବାବୁ କଂଗ୍ରେସ ଭବନର କେୟାର ଟେକରର ଭୂମିକା ନିର୍ବାହ କରୁଥିଲେ ।

କଂଗ୍ରେସ ଭବନର ଟିକିନିଖି ସବୁ କଥା ସେ ବୁଝୁଥିଲେ । ଦୀର୍ଘ ବର୍ଷ ଧରି ଓଡ଼ିଶା କଂଗ୍ରେସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । କିନ୍ତୁ ଗତକାଲି  ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ପସିସି ସଭାପତିଙ୍କ ସହିତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଶେକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ଜଣେ ପୁରୁଖା ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ନିଷ୍ଟ କର୍ମଚାରୀ ଥିଲେ ସମସ୍ତଙ୍କର ପ୍ରିୟ ରାଧାମୋହନ ସ୍ୱାଇଁ (ରାଧା ବାବୁ) ।

ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ। କଂଗ୍ରେସ ପ୍ରତି ତାଙ୍କର ସମର୍ପଣ ଭାବ ଓ ସ୍ନେହୀ ସ୍ଵଭାବ ପାଇଁ ସେ ସବୁବେଳେ ମନେରହିବେ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ