Masthead

ଅପରାଜିତାଙ୍କ ପ୍ରେସ ମିଟ୍ ପରେ ଜବାବ ରଖିଲା ବିଜେଡି: ଅଫିସ ସିଲ୍ ପ୍ରଶାସନିକ ନିଷ୍ପତ୍ତି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପ୍ରେସ୍ ମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡିକୁ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛି ବିଜେଡି। ଦଳୀୟ ମୁଖପାତ୍ର ସୁଲତା ଦେଓ କିଛି ସମୟ ପୂର୍ବରୁ ଏକ ପ୍ରେସ ମିଟରେ ଅପରାଜିତାଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଅପରାଜିତାଙ୍କ ଅଫିସ ସିଲ କରିବା ପ୍ରଶାସନିକ ପଦକ୍ଷେପ ଥିଲା। ଏଥିରେ ବିଜେଡିର କୌଣସି ଭୂମିକା ନାହିଁ ବୋଲି ସୁଲତା କହିଛନ୍ତି। ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ନିଜ ଜନ୍ମଦିନ ପାଳନ କରିଥିଲେ। ଏହାର ଏକ ଭିଡିଓ ଶୁକ୍ରବାର ଭାଇରାଲ ହୋଇଥିଲା।

ଏଥିରେ ଶତାଧିକ ମହିଳା ଉପସ୍ଥିତ ଥିଲେ ମଧ୍ୟ କେହି ମାସ୍କ ପିନ୍ଧି ନ ଥିବା ଏବଂ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରି ନ ଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ଏବଂ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପରେ ଭୁବନେଶ୍ୱର ମହାନଗର ନିଗମ ଆକ୍ସନ ମୁଡକୁ ଆସିଥିଲା। ଶନିବାର ସକାଳେ ବିଏମସି ପକ୍ଷରୁ ଅପରାଜିତାଙ୍କ ଅଫିସ ସିଲ କରାଯାଇଥିଲା। ତେବେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଅପରାଜିତା। ଶନିବାର ଅପରାହ୍ନରେ ସିଲ କରାଯାଇଥିବା ଅଫିସ ସମ୍ମୁଖରେ ଏକ ପ୍ରେସ୍ ମିଟ୍ କରି ସେ ବିଜେଡି ନେତା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ।

ବିଜେଡି ଅଫିସରେ ବି ଜନ୍ମଦିନ ପାଳନ କରାଯାଇଛି। ବିଜେଡି ଅଫିସ କେବେ ସିଲ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ତାଙ୍କ ଅଫିସ ସିଲ ନ ଖୋଲିବା ପର୍ଯ୍ୟନ୍ତ ରାଜରାସ୍ତାରେ ବସି ଲୋକଙ୍କ ସମସ୍ୟା ବୁଝିବେ ବୋଲି କହିଥିଲେ। ନିବାସରେ ୭ ମାସ ବସି ୨/୩ଟି ଭର୍ଚୁଆଲ ରାଲି ମାଧ୍ୟମରେ ଶାସନ ଚାଲିପାରେ ନାହିଁ। ଶାସନ ଚଲାଇବାକୁ ହେଲେ ଫିଲ୍ଡକୁ ଓହ୍ଲାଇବାକୁ ପଡ଼େ। ଲୋକଙ୍କ ପାଖକୁ ଯିବାକୁ ପଡ଼େ। ଲୋକଙ୍କ ସହ ମିଶିବାକୁ ପଡ଼େ ବୋଲି କହି ଅପରାଜିତା ବର୍ଷିଥିଲେ। ଅପରାଜିତାଙ୍କ ପ୍ରେସମିଟର କିଛି ସମୟ ପରେ ସୁଲତା ଏକ ପ୍ରେସମିଟ୍ କରି ଜବାବ ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି