Before Header

ଇସ୍ରାଏଲ-ହମାସ ଯୁଦ୍ଧ: ୪ ଦିନ ହେବ ଅସ୍ତ୍ର ବିରତି

0 567

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧକୁ ପୂରିଲାଣି ମାସେ । ଥମିବାର ନା ନେଉନାହିଁ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ସେପଟେ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍‌ ଓ ହମାସ୍‌ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି । ଏହାକୁ ଇସ୍ରାଏଲ୍‌ର କ୍ୟାବିନେଟ୍‌ ମଞ୍ଜୁର କରିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସରକାରଙ୍କ ସହିତ ବ୍ୟାପକ ଓ ବୈଠକ କରାଇ ଏହି ରାଜିନାମା ଚୂଡ଼ାନ୍ତ କରାଇଛନ୍ତି।

ରାଜିନାମା ଅନୁଯାୟୀ ୪ ଦିନ ଯୁଦ୍ଧ ବା ଅସ୍ତ୍ରବିରତି କରାଯିବ । ଏହି ସମୟରେ ହମାସ୍‌ ମୁଣ୍ଡଜାମିନ ବା ପଣବନ୍ଦୀ ରଖିଥିବା ୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ଏହି ରାଜିନାମାକୁ ୩୮ଜଣ ଇସ୍ରାଏଲୀୟ ମନ୍ତ୍ରୀ ସମର୍ଥନ କରିଛନ୍ତି। କିନ୍ତୁ, ଏହି ରାଜିନାମା ବା ଚୁକ୍ତିକୁ ଚରମପନ୍ଥୀ ‘ଅଜ୍‌ମା ୟହଟିଡ୍‌’ ଓ ‘ରିଲିଜିୟସ୍‌ ଜିଓନିଜିମ୍‌’ ଦଳମାନେ ବିରୋଧ କରିଛନ୍ତି। ଆଉ କିଛି ସମୟ ପରେ ‘ପବ୍ଲିକ୍‌ ଡୋମେନ୍‌’ରେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରକାଶ କରାଯିବ। କିନ୍ତୁ, ଇସ୍ରାଏଲ୍‌ ସରକାର କହିଛନ୍ତି ଯେ, ପ୍ରତିଦିନ ୧୨ରୁ ୧୩ଜଣ ପଣବନ୍ଦୀଙ୍କୁ ହମାସ୍‌ ଗ୍ରୁପ୍‌ ମୁକ୍ତ କରିବ।

Leave A Reply

Your email address will not be published.