ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଦିତି ପରିଡ଼ା। ବୟସ ମାତ୍ର ୨୦ । ଏହି ବୟସରେ ଓଡିଶା ପାଇଁ ଆଣିଛନ୍ତି ଗୌରବ। ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍-୨) ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ତାଙ୍କୁ ଏହି ସଫଳତା ମିଳିଛି। ଆଦିତିଙ୍କ ବାପା ଭାରତୀୟ ସେନା ବାହିନୀର ବ୍ରିଗେଡିୟର ଅଛନ୍ତି । ଆଦିତିଙ୍କ ଜେଜେବାପା ଜଣେ ଅବସରପ୍ରାପ୍ତ ପୋଲିସ ଡିଆଇଜି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ନାଧରା ଗାଁରେ।
ସଂଯୁକ୍ତ ପ୍ରତିରକ୍ଷା ସେବା ପରୀକ୍ଷା ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପରିଡା ପ୍ରଥମ ସ୍ଥାନ ହାସଲ କରିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ପ୍ରଥମ ମହିଳା ଭାବେ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।
— Naveen Patnaik (@Naveen_Odisha) November 9, 2020
ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଦିତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।