Masthead

ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା । ସ୍କୋଡା କାର୍ରୁ ମିଳିଲା ୪ ଲକ୍ଷ ୭୭ ହଜାର ଟଙ୍କା । ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ କାର୍ ଓ ଟଙ୍କାକୁ ଜବତ କରିଛି ପୋଲିସ । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଖବର ଅନୁଯାୟୀ, ରାଜଧାନୀରେ ୨୬ଟି ଥାନା ଅଞ୍ଚଳରେ ପୋଲିସ ଓ ଟ୍ରାଫିକ ପକ୍ଷରୁ ଚାଲିଛି ନାଇଟ୍ ବ୍ଲକିଂ ଏବଂ ଡ୍ରଙ୍କେନ୍ ଡ୍ରାଇଭ । ସମସ୍ତ ଜୋନ୍ ଏସିପି ସମେତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ ।

ଏହିକ୍ରମରେ ଶନିବାର ବିଳମ୍ବିତ ରାତିରେ ଡ୍ରଙ୍କେନ୍ ଡ୍ରାଇଭିଂ ଟେକିଂ ବେଳେ ହଠାତ୍ ଏକ ସ୍କୋଡା କାର୍ ଦ୍ରୁତ ଗତିରେ ଆସୁଥିବା ଦେଖି ଚେକ୍ ପୋଷ୍ଟରେ ଥିବା ପୋଲିସ ଅଟକିବାକୁ କହିଥିଲେ । କିନ୍ତୁ ଚାଳକ ଜଣକ ବ୍ୟାରିକେଡ୍ ଭାଙ୍ଗି ରିଭର୍ସ ରାଇଡ୍ କରିଥିଲେ । ସେଠାରେ ଥିବା ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ କାର୍କୁ ଅଟକାଇଥିଲେ । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି । ସେପଟେ ଗାଡି ଯାଞ୍ଚ ବେଳେ ସେଥିରୁ ୪ ଲକ୍ଷ ୭୭ ହଜାର ଟଙ୍କା ନଗଦ ମିଳିଥିଲା । ଚାଳକଙ୍କୁ ଅଟକ ରଖିଥିବା ବେଳେ ଗାଡି ଏବଂ ଟଙ୍କାକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଏତେ ଟଙ୍କା କେଉଁଠୁ ଆସିଲା , ତାହାର ଛାନ୍ଭିନ୍ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ