Masthead

କୈଳାସଙ୍କୁ ମିଳୁନି ରାସନ

ଚିଲିକା (ବଡ଼ ଖବର ବ୍ୟୁରୋ): ତେଲିଆ ମୁଣ୍ଡରେ ତେଲ । ଥିଲାବାଲାଙ୍କୁ ମିଳୁଛି ରାସନ । ଘରଦ୍ୱାର ନଥିବା ଅସହାୟ ପଡୁଛନ୍ତି ବାଦ । ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ରାସନକାର୍ଡ ମିଳିନାହିଁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍ଗୁଲା ପଞ୍ଚାୟତ ସାମନ୍ତସିଂହାରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସାମନ୍ତସିଂହାରପୁର ଗାଁର କୈଳାସ ପାଇକରାୟ । ରହିବାକୁ ଘର ଖଣ୍ଡେ ନାହିଁ । ଝାଟିମାଟି ଘର ଭାଙ୍ଗି ଯିବାପରେ ଭଡା ଘରେ ରହୁଛନ୍ତି ତାଙ୍କ ପରିବାର । ଗ୍ୟାରେଜରେ କାମ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପରିବାର । ରାସନକାର୍ଡ ନଥିବାରୁ ତାଙ୍କୁ ମିଳୁନି ରାସନ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣିନାହାନ୍ତି । ସେପଟେ ଗାଁରେ ଥିଲାବାଲା ଲୋକ ରାସନକାର୍ଡ ଅନ୍ତର୍ଭୁକ୍ତ ହୋଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ରାସନକାର୍ଡରୁ ବାଦ କରାଯାଇଥିବା କୈଳାସ କହିଛନ୍ତି । ରାସନକାର୍ଡ ମିଳିଲେ ପରିବାରର କିଛିଟା କଷ୍ଟ କମିଯାଆନ୍ତା ବୋଲି କହିଛନ୍ତି କୈଳାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!