Masthead

ଏକାଠି ନଜର ଆସିବେ ଆଦିତ୍ୟ ଓ ମୃନାଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଆଶିକି-୨ ଫେମ୍ ଆଦିତ୍ୟ ରୟ କପୁର ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ ରହିଛନ୍ତି । ସେ ଏବେ ବଲିଉଡର ଚୁଲବୁଲି ନାୟିକା ମୃନାଲଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଦୁହେଁ ପ୍ରଥମ ଥର ପାଇଁ ବଡ଼ ପରଦାରେ କରିବେ ଧମାଲ । ସେଥିପାଇଁ ଉଭୟଙ୍କ ଫ୍ୟାନ୍ସ ବି ଏବେ ଖୁବ୍ ଖୁସି ଅଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ରିମେକ ମୁଭିର ଟ୍ରେଣ୍ଡ୍ ଚାଲିଥିବା ବେଳେ ଏହି ଦୁଇ ସୁପରଷ୍ଟାର ବି ଏକ ରିମେକ୍ ମୁଭିରେ ନଜର ଆସିବେ । ସଫଳ ତାମିଲ ଚଳଚ୍ଚିତ୍ର ‘ଥଦାମୋ’ର ହିନ୍ଦୀ ରିମେକରେ ମୃନାଲ ଆଦିତ୍ୟଙ୍କ ବିପକ୍ଷରେ ନାୟିକା ସାଜୁଛନ୍ତି ।

ଏହି ଚଳଚ୍ଚିତ୍ରରେ ମୃନାଲଙ୍କୁ ମିଳିଥିବା ଚରିତ୍ର ଖୁବ୍ ପରାକ୍ରମୀ ରହିବ ବୋଲି ଆଶାକରାଯାଉଛି । ଶୁଣିବାକୁ ମିଳିଛି ଯେ, ଚଳଚ୍ଚିତ୍ରଟି ଏକ ବାସ୍ତବ ଘଟଣାକୁ ଆଧାର କରି ତିଆରି ହୋଇଛି । ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ । ତେବେ ଫିଲ୍ମରେ ଆଦିତ୍ୟ ଓ ମୃନାଲଙ୍କର କେମେଷ୍ଟ୍ରି ଦର୍ଶକଙ୍କୁ ଏକ ଫ୍ରେଶ୍ ଲୁକ୍ ଦେବ ବୋଲି ଆଶାରଖିଛନ୍ତି ଏହାର ନିର୍ମାତା । ଫିଲ୍ମକୁ ନେଇ ମୃନାଲ କହିଛନ୍ତି ଯେ, ଯେତେବେଳେ ସେ ଏହି ସିନେମାର କାହାଣୀ ଶୁଣିଲେ ତାଙ୍କୁ ଖୁବ୍ ଭଲ ଲାଗିଥିଲା । ସେ ଭାବିଥିଲେ ଯେ ଏ ପର୍ଯ୍ୟନ୍ତ ସେ ଯେତେସବୁ କାହାଣୀର ନାୟିକା ସାଜିଛନ୍ତି ସବୁଠାରୁ ଏହି ଚରିତ୍ର ହେଉଛି ତାଙ୍କ ପାଇଁ ଖୁବ୍ ଖାସ୍ । ଫିଲ୍ମରେ ସେ ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିବେ ଏବଂ ଦର୍ଶକଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିବ ବୋଲି କହିଛନ୍ତି ମୃନାଲ ।

ସେପଟେ ଆଦିତ୍ୟ ମଧ୍ୟ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ବଲିଉଡ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମରେ ତାଙ୍କୁ ଦର୍ଶକ ଦେଖିସାରିଥିବା ବେଳେ ଏବେ ପୁଣି ଥରେ ଏକ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେବେ ବୋଲି ସେ ଆଶା ରଖିଛନ୍ତି । ୨୦୨୦ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ତାଙ୍କ ଅଭିନିତ ଚଳଚିତ୍ର ଲୁଡୋ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସି ନାହାଁନ୍ତି । ଏହି ଫିଲ୍ମଟି ଓଟିଟିରେ ରିଲିଜ ହୋଇ ବି ଦର୍ଶକଙ୍କର ଖୁବ୍ ଭଲପାଇବା ସାଉଁଟିଥିଲା । ଏହି ଭିନ୍ନ ଧରଣର କାହାଣୀକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ତେବେ ବଲିଉଡ ସ୍କ୍ରିନରେ ଏହି ଦୁଇ ସୁପରଷ୍ଟାରଙ୍କର ଅପକମିଙ୍ଗ ଫିଲ୍ମ କେତେ ମାତ୍ରାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ