Before Header

ହୋଇପାରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ !

0 28

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ମ୍ୟାଚ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚକୁ ପ୍ରଥମେ ବାତିଲ କରାଯାଇଥିଲା । ହେଲେ ଇଂଲଣ୍ଡ ପାଖରେ ମଧ୍ୟ ସିରିଜ ବରାବର କରିବାର ସମାନ ସୁଯୋଗ ରହିଛି । ଏଥିପାଇଁ ଭାରତକୁ ବିଜୟୀ ଘୋଷଣା ନକରି ଅନ୍ୟ ଏକ ତାରିଖରେ ମ୍ୟାଚ ଖେଳାଯିବ ନେଇ ଉଭୟ ଦେଶର ବୋର୍ଡ ବିଚାର କରୁଛି ।

ଏନେଇ ବିସିଆଇର ସଚିବ ଜୟ ଶାହ ଏକ ପ୍ରେସ ରିଲିଜ ମଧ୍ୟ କରିଥିବାର ସୂଚନା ମିଳିଛି । ଭରତ ଏହି ସିରିଜରେ ୨-୧ରେ ଆଗୁଆ ଅଛି । ବିସିସିଆଇ ଓ ଇସିବି ବୋର୍ଡ ଏହି ଟେଷ୍ଟ ମ୍ୟାଚକୁ ଅନ୍ୟ ଏକ ତାରିଖ କରିବା ଲାଗି ଆଲୋଚନା କରିଛି । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ବୋଡ଼ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.