![](https://i0.wp.com/badakhabar.in/wp-content/uploads/2023/05/WhatsApp-Image-2023-05-27-at-4.04.04-PM.jpeg?fit=648%2C1152&ssl=1)
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଭାଇଙ୍କୁ ସୁସ୍ଥ କରିବା ପାଇଁ ରାଉରକେଲାର ଆଦିତ୍ୟ ସାମଲ ଲୋଡିଛନ୍ତି ସହଯୋଗ । ଏପ୍ରିଲ ୯ରେ ଆଦିତ୍ୟଙ୍କ ବାପା ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କ ଭାଇ ସାଥିରେ ଥିଲେ । କିନ୍ତୁ ୧୧ ତାରିଖରେ ସଡ଼କ ଦୁର୍ଘଟଣାରେ ସେ ମଧ୍ୟ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ବାପା- ଭାଇଙ୍କ ଚିକିତ୍ସା ପାଇଁ ପ୍ରତିଦିନ ଆବଶ୍ୟକ ପଡୁଥିବା ଖର୍ଚ୍ଚ ଭରଣ କରିବା ଆଦିତ୍ୟଙ୍କ ପାଖେ ଅସମ୍ଭବ । ବାଧ୍ୟ ହୋଇ ସେ ଆର୍ଥିକ ସହାୟତା ଲୋଡିଛନ୍ତି । ଏହା ସହ ଭାଇ ଓ ବାପାଙ୍କ ସୁସ୍ଥତା ପାଇଁ ଇଶ୍ୱରଙ୍କ ନିକଟରେ ପାର୍ଥନା କରିବାକୁ ଆଦିତ୍ୟ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି । ଟଙ୍କା ପଠାଇବାର ଠିକଣା ମଧ୍ୟ ଦେଇଛନ୍ତି ଆଦିତ୍ୟ । ୮୩୮୪୮୮୬୫୧୮ ନଂରେ ଗୁଗୁଲପେ ରେ ଆର୍ଥିକ ସହାୟତା ପଠାଇବା ପାଇଁ ସେ ନିବେଦନ କରିଛନ୍ତି ।