Masthead

ବିରୋଧୀଙ୍କ ମେଣ୍ଟରେ ସାମିଲ୍ ହେଲେ କି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୀତି ଆୟୋଗ ବୈଠକରେ ପ୍ରସ୍ତୁତ ହୁଏ ଦେଶ ପ୍ରଗତିର ମାନଚିତ୍ର । ରାଜନୀତିର ଉଦ୍ଧ୍ୱର୍ରେ ରହି ଆୟୋଗର ସଦସ୍ୟମାନେ ବିଚାରବିମର୍ଷରେ ଭାଗ ନେବା ପରିବର୍ତ୍ତେ ଦଳୀୟ ସ୍ୱାର୍ଥକୁ ଦେଉଛନ୍ତି ଗୁରୁତ୍ୱ । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ନୀତି ଆୟୋଗ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ମଧ୍ୟ ସେ ନୀତି ଆୟୋଗ ବୈଠକ ବର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଗର ଅଷ୍ଟମ ଅଧିବେଶନରେ ନବୀନ ଯୋଗ ନ ଦେଇ ଓଡିଶାବାସୀଙ୍କୁ କି ବାର୍ତ୍ତା  ଦେଇଛନ୍ତି?

ନବୀନଙ୍କ ଅନୁପସ୍ଥିତିରେ ୨୦୪୭ ସୁଦ୍ଧା ବିକଶିତ ଭାରତ, ଏମ୍ଏସ୍ଏମଇରେ ବିଶ୍ୱାସ କରିବା,ଭିତ୍ତିଭୂମି ଓ ବିକାଶ, ମିନିମାଇଜିଂ କମ୍ପାଏନ୍ସ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପୋଷଣ, ଦକ୍ଷତା ବିକାଶ, ଅଞ୍ଚଳ ବିକାଶ ଏବଂ ସାମାଜିକ ଭିତ୍ତିଭୂମି ପାଇଁ ଗତିଶକ୍ତି ସମ୍ପକରେ ନୀତି ଆୟୋଗ ବୈଠକରେ ଆଲୋଚନା ହୋଇଛି । ଏସବୁ କାର୍ଯ୍ୟକ୍ରମରେ ଓଡ଼ିଶାର ଷ୍ଟାଣ୍ଟ କ’ଣ ରହିବ ରାଜ୍ୟବାସୀ ସଂନ୍ଦେହରେ । ରାଜ୍ୟର ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ହୁଏତ ସମୟ ପାଇନଥିବେ । ତେବେ ବୈଠକରେ ତାଙ୍କ ଅନୁପସ୍ଥିତି ଅନ୍ୟ ବିରୋଧୀଙ୍କ ସହ ନବୀନ ସାମିଲ ହେଲେ ବୋଲି ମେସେଜ ଗଲା । ନୀତି ଆୟୋଗ ବୈଠକରେ ଯୋଗ ନଦେଇ ନବୀନ ବିଜେପି ବିରୋଧୀଙ୍କ ମେଣ୍ଟରେ ସାମିଲ୍ ହେଲେ କି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ