Before Header

ଆର୍ୟନଙ୍କୁ ଭେଟିଲେ ମା’ ଗୌରୀ ଖାନ

0 41

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ ଗିରଫ ହୋଇଛନ୍ତି । ବାରମ୍ବାର ତାଙ୍କର ଜାମିନ ପାଇଁ ଅନେକ ଚେଷ୍ଟା କରିଆସୁଛନ୍ତି ପିତା ଶାହରୁଖ ଖାନ । ହେଲେ ଦିନ ପରେ ଦିନ ଘୁଞ୍ଚୁଥିଲେ ମଧ୍ୟ ଆର୍ୟନ ଖାନଙ୍କୁ ଜାମିନ ମିଳିପାରୁ ନାହିଁ । ଏହା ମଧ୍ୟରେ ପୁଅକୁ ଭେଟିବାକୁ ମା’ ଗୌରୀ ଖାନ ଅର୍ଥର ରୋଡ ଜେଲକୁ ଯାଇଥିବାର କଥା ସାମ୍ନାକୁ ଆସିଛି ।

ଏହା ପୂର୍ବରୁ ପିତା ଶାହରୁଖ ଖାନ ଅକ୍ଟୋବର ୨୧ରେ ପୁଅ ଆର୍ୟନ ଖାନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ପୁଅ ଆର୍ୟନ ସାଙ୍ଗରେ ଅର୍ଥର ରୋଡ ଜେଲରେ ୧୬ ରୁ ୧୮ ମିନିଟ ପର୍ଯ୍ୟନ୍ତ ଶାହରୁଖ କଥା ହୋଇଥିଲେ । କଥା ବାର୍ତ୍ତା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ ଏକ କାଚର କାନ୍ଥ ରହିଥିଲା । ଦୁହେଁ ଇଣ୍ଟରକମରେ କଥା ହୋଇଥିଲେ । ଏହି ସାକ୍ଷାତ ସମୟରେ ଜେଲର ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.