Masthead

ପ୍ଲେନରୁ ଖସି ପ୍ରାଣ ହରାଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ଆଫଗାନିସ୍ତାନ ଫୁଟବଲ ଖେଳାଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନିଙ୍କ ଆତଙ୍କରେ ଆଫଗାନ ବାସୀ ଥରହର । ନେତା ମନ୍ତ୍ରୀ ମାନେ ଦେଶ ଛାଡ଼ିବାରେ ଲାଗିଛନ୍ତି । ସେପଟେ ସାଧାରଣ ନାଗରିକ ମାନେ ବି ପ୍ରରଣ ବିକଳରେ ଦେଶରୁ ପଳାଇଯିବାକୁ ଚେଷ୍ଟା କରୁଛନ୍ତି । ତେବେ ବିଭିନ୍ନ ଦେଶ ସେଠାରୁ ନିଜ ନାଗରିକ ମାନଙ୍କୁ ଉଦ୍ଧାର କରିବାକୁ ସ୍ୱତନ୍ତ୍ର ବିମାନ ପଠାଇଥିବା ବେଳେ ଏଥିରେ ଚଢ଼ି ପଳାଇଯିବାକୁ ବିମାନ ବନ୍ଦରରେ ଲୋକଙ୍କର ସୁଅ ଛୁଟିଥିଲା ।

ଯାହାର କରୁଣ ଚିତ୍ର ଭାଇରାଲ ମଧ୍ୟ ହୋଇଥିଲା । ତେବେ ବିମାନର ୱିଙ୍ଗସକୁ ଧରି ମଧ୍ୟ କିଛି ଲୋକ ଦେଶରୁ ପଳାଇଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିମାନରୁ ଖସି ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଥିଲେ ଆଫଗାନିସ୍ତାନର ଫୁଟବଲ ଟିମର ଖେଳାଳି ଜାକି ଅନୱାରୀ । ଏନେଇ ଆଫଗାନ ନ୍ୟୁଜ ଏଜେନ୍ସି ଆରିଆନା ଏହି ରିପୋର୍ଟ ପ୍ରକାଶ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ