ରାଣେଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଜାରି ହେଲା ଲୁକଆଉଟ ନୋଟିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :   ବଢୁଛି ରାଣେଙ୍କ ଆଡୁଆ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ପତ୍ନୀ ଓ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି । ତେବେ ଗୁରୁବାର ତାଙ୍କ ନାଁରେ ଏହି ଲୁକଆଉଟ ନୋଟିସ ଜାରି କରିଛି ପୋଲିସ । ଏହି ନୋଟିସ ଜାରି ହେବା ପରେ ସେମାନଙ୍କୁ ଦେଶ ଛାଡି ଯିବା ପାଇଁ ମନା ହୋଇଛି ।

ସୂଚନା ଅନୁସାରେ ପତ୍ନୀ ନିଲମ ରାଣେଙ୍କ ଅଧିନରେ ଥିବା କମ୍ପାନୀ ଆର୍ଟଲାଇନ୍ ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ୍ ଡିଏଚଏଫଏଲ୍ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା । ଏବେ ଏହି କମ୍ପାନି ଉପରେ ୨୭.୧୩ କୋଟି ଟଙ୍କାର ଋଣଭାର ରହିଛି । ସେହିଭଳି ତାଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ ଉପରେ ୩୪ କୋଟି ଟଙ୍କାର ଋଣ ରହିଛି । ଏହା ପରେ କେନ୍ଦ୍ର ଏ ନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କ ନାଁରେ ଲୁକଆଉଟ ନୋଟିସ ଜାରିହୋଇଥିବା ନେଇ ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ