Masthead

ରାଗିଗଲେ ନିର୍ମଳା, ବିତର୍କ ପାଇଁ ଦେଲେ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ୩.୦ ସରକାରଙ୍କ ପ୍ରଥମ ବଜେଟରେ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ବଜେଟ୍‌କୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖାଡଗେ ବିରୋଧ କରିଛନ୍ତି। ତେବେ ବୁଧବାର ସଂସଦରେ ରାହୁଲ କହିଛନ୍ତି କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍‌ରେ ସବୁ ଅଛି ।

କିନ୍ତୁ ଅନ୍ୟ ରାଜ୍ୟ ପାଇଁ କିଛି ଦେଇ ନାହାନ୍ତି କହି ବିରୋଧ କରିଛନ୍ତି ରାହୁଲ । ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରକ୍ତି ହୋଇଛନ୍ତି। ସେ କହିଛନ୍ତି କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁର ନାମ ନନେଇ ଅନ୍ୟ ରାଜ୍ୟ ପାଇଁ ବଜେଟ୍‌ରେ ସବୁ ସୁବିଧା ଥିବାରୁ ବିରୋଧୀଦଳଙ୍କ ଅଭିଯୋଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସଭାରେ ବିରକ୍ତ ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି ।

କହିଛନ୍ତି ଆପଣ ଆପଣଙ୍କର ସମସ୍ତ ବଜେଟ ଭାଷଣରେ ସମସ୍ତ ରାଜ୍ୟର ନାମ ନେଇଛନ୍ତି କି? ଆମ ବଜେଟ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ। ଏଥିପାଇଁ ସେ ଖୋଲା ବିତର୍କ ପାଇଁ ସେ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି।

ସେ କହିଛନ୍ତି ବଜେଟ ଭାଷଣରେ ପ୍ରତିଟି ରାଜ୍ୟର ନାଁ ନେବା ସମ୍ଭବ ନୁହେଁ। ଆମ ବଜେଟ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ। କେନ୍ଦ୍ରର ଯୋଜନାଗୁଡ଼ିକରୁ ସମସ୍ତେ ଉପକୃତ ହୁଅନ୍ତି। କଂଗ୍ରେସର ଏହା ସୁଚିନ୍ତିତ ରଣନୀତି। ବିରୋଧୀ ଜାଣିଶୁଣି ଟାର୍ଗେଟ୍‌ କରୁଛନ୍ତି। ବିରୋଧୀମାନେ ବଜେଟ୍‌କୁ ନେଇ ଲୋକଙ୍କ ମନରେ ଏକ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛନ୍ତି। ବିରୋଧୀଦଳ ଦ୍ୱାରା ଅଣାଯାଇଥିବା ଏହା ଅତ୍ୟନ୍ତ ଅପମାନଜନକ ଅଭିଯୋଗ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ