Masthead

ନେତାଙ୍କ ପରେ ବର୍ତ୍ତମାନ ତଦନ୍ତକାରୀ ସଂସ୍ଥାର ପାଳି

କୋଲକାତା(ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଦେଖିବା ପାଇଁ ମିଳୁଛି । କେତେବେଳେ ଟିଏମସି ନେତାମାନଙ୍କୁ ତଦନ୍ତକାରୀ ସଂସ୍ଥା ଉଠାଉନେଉଥିବା ବେଳେ ଆଉ କେତେବେଳେ ବିଜେପି ନେତାଙ୍କର ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏପର୍ଯ୍ୟନ୍ତ ଏ ମାମଲାର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । ଯାହାଦ୍ୱାରା ସାରା ଦେଶରେ ଏହି ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ । ଏଣିକି ରାଜନେତାଙ୍କ ପରେ ତଦନ୍ତକାରୀ ସଂସ୍ଥାମାନଙ୍କ ପାଳି ।

ଏନେଇ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନାରଦା ଷ୍ଟିଙ୍ଗ ମାମଲାର ଯାଞ୍ଚ କରୁଥିବା ସିବିଆଇକୁ ଓ ଇଡ଼ି ଅଧିକାରୀଙ୍କୁ ସମନ କରିଛନ୍ତି । ତେବେ ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ କାହିଁକି ଅନୁମତି ନେଇଥିଲେ ? ଏହାର କାରଣ ଜାଣିବା ପାଇଁ ବାଚସ୍ପତି ବିମାନ ବାନାର୍ଜୀ ସେପ୍ଟେମ୍ବର ୨୨ରେ ହାଜର ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସ୍ପିକରଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ଯାହାଫଳରେ ତଦନ୍ତ ଅଧିକାରୀ ଏହାର କାରଣ ତୁରନ୍ତ ଦର୍ଶାନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ