Masthead

ଭାରତୀୟ ବାୟୁ ସେନାକୁ ଅନିଲଙ୍କ କ୍ଷମା ପ୍ରାର୍ଥନା, କାହିଁକି ପଢ଼ନ୍ତୁ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତା ଅନିଲ କପୁରଙ୍କ ଆଗକୁ ଆସିବାକୁ ଯାଉଛି ଫିଲ୍ମ ଏକେ ଭର୍ସେସ ଏକେ । ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ନିକଟରେ ସାମ୍ନାକୁ ଆସିଥିଲା । ଏଥିରେ ଅନିଲ କପୁରଙ୍କୁ ଭାରତୀୟ ବାୟୁ ସେନାର ଅଫିସର ପୋଷାକରେ ଦେଖିବାକୁ ମିଳିଥିଲା । ଅନିଲଙ୍କ ଏହି ଟ୍ରେଲର ଦେଖି ଭାରତୀୟ ବାୟୁ ସେନା ତରଫରୁ ଅନିଲଙ୍କୁ ତାଙ୍କ ଫିଲ୍ମର କିଛି ସିନ୍ କାଟିବାକୁ ଅନୁରୋଧ କରି ଟ୍ୱିଟ କରିଥିଲେ । କାରଣ ଅନିଲ ଟ୍ରେଲରରେ ଅଫିସର ପୋଷାକକୁ ସଠିକ ଭାବେ ପିନ୍ଧିନଥିଲେ ।ଏଥିସହ ସେ କିଛି ଖରାପ ଶବ୍ଦ ଉଚ୍ଚାରଣ କରୁଥିଲେ । ବାୟୁସେନାର ପୋଷକ ପ୍ରତି ଏହା ଅପମାନ ବୋଲି ଭାବି ତାଙ୍କୁ ଫିଲ୍ମର ସେହି ସିନ କାଟିବାକୁ କୁହାଯାଇଥିଲା । ଏହି ଟ୍ୱିଟ ଦେଖିବା ପରେ ଅନିଲ କପୁର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସେ କ୍ଷମା ପ୍ରାର୍ଥନା କରୁଥିବାର ଦେଖାଯାଇଛି । ଏକେ ଭର୍ସେସ ଏକେ ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ବିକ୍ରମାଦିତ୍ୟ ମୋଟୱାନେ ଓ ଅନୁରାଗ କଶ୍ୟପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା