Masthead

ଡିଆରଡିଓରେ ଗୁପ୍ତଚର, ୫ ଜଣଙ୍କୁ ଉଠାଇଲା ପୋଲିସ

ବାଲେଶ୍ଵର (ବଡ଼ ଖବର ବ୍ୟୁରୋ): ପୋଲିସ ଦ୍ବାରା 5 ସନ୍ଦିଗ୍ଧ ଅଟକ । ଯେଉଁ 5 ଜଣ ସନ୍ଦିଗ୍ଧଙ୍କୁ ଉଠାଯାଇଛି ସେମାନେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡ଼ିଛି। ଡିଆରଡିଓ ପରିସରରେ ସେମାନେ ଠିକା ଶ୍ରମିକ ଭାବେ କାମ କରନ୍ତି। ପୁଲିସ ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ତାଙ୍କ ଘରୁ ଉଠାଇନେଇ ଥିବା ବେଳେ କେଉଁ ଅଭିଯୋଗରେ ଉଠାଯାଇଛି ସେ ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ସୂଚନା ମିଳୁନି।

ତେବେ ପ୍ରତିରକ୍ଷା  କିଛି ଗୁପ୍ତତଥ୍ୟ ସନ୍ଦିଗ୍ଧମାନେ ପ୍ରଘଟ କରୁଥିବା ସୂଚନା ମିଳିବା ପରେ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସେମାନଙ୍କୁ ଉଠାଯାଇଥିବା କୁହାଯାଉଛି। ପୋଲିସ ଦ୍ବାରା ଅଟକ 5 ସନ୍ଦିଗ୍ଧ ହେଲେ ଚାନ୍ଦିପୁର ଆଇ ଟି ଆର୍ ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ବସନ୍ତ ବେହେରା,ଟୁଲୁ ବେରା ଓ ମୂଷା ଏହାସହ ଅନ୍ୟ ଦୁଇ ଜଣଙ୍କ ନାମ ସ୍ପଷ୍ଟ ହୋଇ ନାହିଁ । ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱ ରେ 6 ଟିମ୍ ଗଠନ ହୋଇଥିଲା ଯେଉଁଥିରେ 6 ଆଇ ଆଇ ସି ଓ 6 ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନା ଘନା ଜାରି ରଖିଥିଲା ପୋଲିସ । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇ ଏସ ଆଇ କୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରାଯାଇଥିବା ବେଳେ ଈଶ୍ୱର ବର୍ତମାନ ଆଜୀବନ ସଜା ଭୋଗୁଛି ।

ଅଟକ 5 ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରିଥିବା କୁହାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେଉଁ ମାନଙ୍କ ସମୃକ୍ତି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।ଅଟକ 5ଜଣ ଡି ଆର ଡି ଓ ରେ ଏ ସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ଜଣାପଡିଛି । ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ମାଧ୍ୟମରେ କଥା ହୋଇଥିବା ସନ୍ଦେହ କରାଯାଉଛି ଏହାସହ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ସହ 3ମାନଙ୍କ ସଂପର୍କରେ ରହିଥିବା ସୁରାକ ମିଳିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ