Masthead

ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଉ ଠକିପାରିବେନି ସାଂସଦ । ନଜର ରଖିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଏଣିକି ଲୋକସଭାରେ ପ୍ରେଜେଣ୍ଟ୍ ପକାଇବେ ସାଂସଦ କର୍ମୀ । ଲୋକସଭାରେ ସାଂସଦ ମାନଙ୍କ ଉପସ୍ଥିତିକୁ ରେକର୍ଡ କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ନୂତନ ପଦ୍ଧତି । ଯାହା ସେମାମଙ୍କର ସମୟକୁ ବଞ୍ଚାଇବ ।

ଆସନ୍ତା ଅଧିବେସନରୁ ଇଲେକ୍ଟ୍ରୋନିକ୍ସ ଟାବଲେଟ୍ ଓ ଡିଜିଟାଲ ପେନ୍ ମାଧ୍ୟମରେ ଅନଲାଇନ ଆଟେଣ୍ଡାନ୍ସ ଦେବେ ସାଂସଦ । ଯାହାଦ୍ୱାରା ୩ ମିନିଟ୍ ଆଟେଣ୍ଡାନ୍ସ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବେନି ସାଂସଦ । ଲୋକସଭା ଲବିରେ ୪ଟି କାଉଣ୍ଟରରେ ଇଲେକ୍ଟ୍ରୋନିକ୍ସ ଟାବଲେଟ୍ ରହିବ । ସେଥିରୁ ସାଂସଦମାନେ ନିଜର ନାମ ଡ୍ରପ- ଡାଉନ୍ ମେନୁରୁ ବାଛି ଡିଜିଟାଲ ପେନ୍ ଦ୍ୱାରା ସ୍ୱାକ୍ଷର କରି ନିଜର ଉପସ୍ଥିତି ପଞ୍ଜୀକରଣ କରିବେ । ଏହାପରେ ସବମିଟ ବଟନ ଦବାଇ ଉପସ୍ଥିତ ଥିବା ଜଣାଇବେ । ଆଟେଣ୍ଡାନ୍ସ ପାଇଁ ସାଂସଦମାନେ ଚାହିଁଲେ ଡିଜିଟାଲ କାର୍ଡ଼ ବ୍ୟବହାର କରିପାରିବେ, ଟିପ ଚିହ୍ନ ଦେଇପାରିବେ ଓ ପିନ୍ ମଧ୍ୟ ଲେଖିପାରିବେ ।

ଆଟେଣ୍ଡାନ୍ସ ଦେବାରେ ସାଂସଦମାନଙ୍କୁ ସହାୟତା କରିବାପାଇଁ ସବୁ କାଉଣ୍ଟରରେ ନ୍ୟାସନାଲ୍ ଇନଫମାର୍ଟିକ୍ସ ସେଣ୍ଟରର ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯିବ । ନିର୍ଦ୍ଧାରିତ ସିଟରେ ବସି ସାଂସଦମାନେ ମଲଟିମିଡ଼ିଆ ଡିଭାଇସ୍ ବା ଏମଏମଡି ମାଧ୍ୟମରେ ଉପସ୍ଥିତି ଜଣାଇପାରିବେ । ସାଂସଦମାନଙ୍କ ସିଟରେ ଲାଗିଥିବା ଟାବଲେଟରେ ସଂସଦର ଡକ୍ୟୁମେଣ୍ଟଓ ଦିନର ଏଜେଣ୍ଡା ଉପଲବ୍ଧ ହେଉଥିଲା । ଏବେ ଏଥିରେ ଆଟେଣ୍ଡାନ୍ସ ମଧ୍ୟ ଦେଇହେବ । ଗୋଟିଏ ଟାବଲେଟରେ ଦୁଇପ୍ରକାର କାମ ହୋଇପାରିବ । ତେବେ ସାଂସଦମାନଙ୍କ ଆଟେଣ୍ଡାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ପାର୍ଲାମେଣ୍ଟକୁ ପେପରଲେସ୍ କରିବାକୁ ବାଚସ୍ପତି ଓମ୍ ବିର୍ଲା ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ଏହି ପଦକ୍ଷେପ ପାର୍ଲାମେଣ୍ଟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସ।ହନ ଦେବା ସହ ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ