Masthead

ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଉ ଠକିପାରିବେନି ସାଂସଦ । ନଜର ରଖିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଏଣିକି ଲୋକସଭାରେ ପ୍ରେଜେଣ୍ଟ୍ ପକାଇବେ ସାଂସଦ କର୍ମୀ । ଲୋକସଭାରେ ସାଂସଦ ମାନଙ୍କ ଉପସ୍ଥିତିକୁ ରେକର୍ଡ କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ନୂତନ ପଦ୍ଧତି । ଯାହା ସେମାମଙ୍କର ସମୟକୁ ବଞ୍ଚାଇବ ।

ଆସନ୍ତା ଅଧିବେସନରୁ ଇଲେକ୍ଟ୍ରୋନିକ୍ସ ଟାବଲେଟ୍ ଓ ଡିଜିଟାଲ ପେନ୍ ମାଧ୍ୟମରେ ଅନଲାଇନ ଆଟେଣ୍ଡାନ୍ସ ଦେବେ ସାଂସଦ । ଯାହାଦ୍ୱାରା ୩ ମିନିଟ୍ ଆଟେଣ୍ଡାନ୍ସ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବେନି ସାଂସଦ । ଲୋକସଭା ଲବିରେ ୪ଟି କାଉଣ୍ଟରରେ ଇଲେକ୍ଟ୍ରୋନିକ୍ସ ଟାବଲେଟ୍ ରହିବ । ସେଥିରୁ ସାଂସଦମାନେ ନିଜର ନାମ ଡ୍ରପ- ଡାଉନ୍ ମେନୁରୁ ବାଛି ଡିଜିଟାଲ ପେନ୍ ଦ୍ୱାରା ସ୍ୱାକ୍ଷର କରି ନିଜର ଉପସ୍ଥିତି ପଞ୍ଜୀକରଣ କରିବେ । ଏହାପରେ ସବମିଟ ବଟନ ଦବାଇ ଉପସ୍ଥିତ ଥିବା ଜଣାଇବେ । ଆଟେଣ୍ଡାନ୍ସ ପାଇଁ ସାଂସଦମାନେ ଚାହିଁଲେ ଡିଜିଟାଲ କାର୍ଡ଼ ବ୍ୟବହାର କରିପାରିବେ, ଟିପ ଚିହ୍ନ ଦେଇପାରିବେ ଓ ପିନ୍ ମଧ୍ୟ ଲେଖିପାରିବେ ।

ଆଟେଣ୍ଡାନ୍ସ ଦେବାରେ ସାଂସଦମାନଙ୍କୁ ସହାୟତା କରିବାପାଇଁ ସବୁ କାଉଣ୍ଟରରେ ନ୍ୟାସନାଲ୍ ଇନଫମାର୍ଟିକ୍ସ ସେଣ୍ଟରର ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯିବ । ନିର୍ଦ୍ଧାରିତ ସିଟରେ ବସି ସାଂସଦମାନେ ମଲଟିମିଡ଼ିଆ ଡିଭାଇସ୍ ବା ଏମଏମଡି ମାଧ୍ୟମରେ ଉପସ୍ଥିତି ଜଣାଇପାରିବେ । ସାଂସଦମାନଙ୍କ ସିଟରେ ଲାଗିଥିବା ଟାବଲେଟରେ ସଂସଦର ଡକ୍ୟୁମେଣ୍ଟଓ ଦିନର ଏଜେଣ୍ଡା ଉପଲବ୍ଧ ହେଉଥିଲା । ଏବେ ଏଥିରେ ଆଟେଣ୍ଡାନ୍ସ ମଧ୍ୟ ଦେଇହେବ । ଗୋଟିଏ ଟାବଲେଟରେ ଦୁଇପ୍ରକାର କାମ ହୋଇପାରିବ । ତେବେ ସାଂସଦମାନଙ୍କ ଆଟେଣ୍ଡାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ପାର୍ଲାମେଣ୍ଟକୁ ପେପରଲେସ୍ କରିବାକୁ ବାଚସ୍ପତି ଓମ୍ ବିର୍ଲା ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ଏହି ପଦକ୍ଷେପ ପାର୍ଲାମେଣ୍ଟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସ।ହନ ଦେବା ସହ ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି