Masthead

ବିଳମ୍ବ ହେଲା ଏୟାର୍‌ ଇଣ୍ଡିଆ ବିମାନ, ବିନା ଏସିରେ ଅଚେତ ହେଲେ ଯାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଅସହ୍ୟ ଗରମ। ଘରୁ ବାହାରିବା ମୁସ୍କିଲ। ଏହାରି ଭିତରେ ଲୋକେ ଜରୁରୀ କାମ ପାଇଁ ବିମାନରେ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ବିମାନ ୨୪ ଘଣ୍ଟା ବିଳମ୍ୱ ହେବା ସହ ଏଥିରେ ଏସି ସୁବିଧା ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ। ଏୟାର ଇଣ୍ଡିଆରେ ଯାତ୍ରା କରିବାକୁଥିବା ଅନେକ ଯାତ୍ରୀ ହଠାତ୍‌ ବେହୋସ ହେବାକୁ ଲାଗିଲେ। ଘଟଣାହେଲା ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ ୧୮୩ ଗୁରୁବାର ମେ ୩୦ ଠିକ ୩ଟା ୨୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ କିଛି ଘଣ୍ଟାର ବିଳମ୍ବ ପରେ ଶୁକ୍ରବାର ଅର୍ଥାତ୍‌ ୩୧ ମେ’ ସକାଳ ୧୧ଟାରେ ଦିଲ୍ଲୀରୁ ପୁଣି ବିମାନଟି ଉଡିବାର ଥିଲା। ପାଖାପାଖି ୮ ଘଣ୍ଟା ଅପେକ୍ଷା କରିବା ପରେ ଯାତ୍ରୀମାନେ ଜଣକ ପରେ ଜଣେ ବିମାନ ଭିତରେ ବେହୋସ ହେବା ଦେଖିବାକୁ ମିଳିଥିଲା। ପରେ ଏମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

ଜଣେ ସୋସିଆଲ ମିଡିଆ ୟୁଜର ଏକ୍ସରେ ଏହା ସହ ଜଡିତ ଏକ ପୋଷ୍ଟ ଶେୟାର କରି କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଲୋକମାନେ ବିମାନରେ ଚଢିଥିଲେ ଏବଂ ଏୟାର କଣ୍ଡିସନର ବିନା ବସିବାକୁ ପ୍ରସ୍ତୁତ ହୋଇଥିଲେ। ଅନେକ ଯାତ୍ରୀ ଚେତାଶୂନ୍ୟ ହେବା ପରେ ବିମାନ ଛାଡିବାକୁ ଅନୁମତି ଦିଆଯାଇଥିଲା। ସେ ତାଙ୍କ ପୋଷ୍ଟ୍‌ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିୟାଙ୍କୁ ଟ୍ୟାଗ୍ କରି ସମଗ୍ର ଅସୁବିଧାକୁ ଅମାନବୀୟ ବୋଲି କହିଛନ୍ତି। ତାଙ୍କ ପୋଷ୍ଟର ଜବାବରେ ଏୟାର ଇଣ୍ଡିଆ ତାଙ୍କୁ “ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା” ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛି। ଏହି ବ୍ୟାଘାତ ହେତୁ ଆମେ ପ୍ରକୃତରେ ଦୁଃଖିତ। ଦୟାକରି ନିଶ୍ଚିତ ହୁଅନ୍ତୁ ଯେ ଆମର ଦଳ ବିଳମ୍ବକୁ ଦୂର କରିବା ପାଇଁ ସକ୍ରିୟ ଭାବରେ କାର୍ୟ୍ୟ କରୁଛି ଏବଂ ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଆମେ ମଧ୍ୟ ଆମ ଦଳକୁ ସଚେତନ କରୁଛୁ ବୋଲି ଏୟାର୍‌ ଇଣ୍ଡିଆ ତା’ର ପୋଷ୍ଟ୍‌ରେ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ