Masthead

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !

ଅହମ୍ମଦାବାଦ (ବଡ ଖବର ବ୍ୟୁରୋ): ଗୁଜୁରାଟ ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଟେକ୍ ଅଫ୍ କରିବା ବେଳେ ବିମାନ ହେଲା କ୍ରାସ । ଅହମ୍ମଦାବାଦରୁ ବିମାନ ଯାଉଥିଲା ଲଣ୍ଡନ । ଏ୧-୧୭୧ ବିମାନରେ ଥିଲେ ୨୪୨ ସଦସ୍ୟ । ବିମାନରେ ୨୩୦ ଯାତ୍ରୀ ଥିଲେ । ୧୦ କ୍ରିୟ ମେମ୍ବର ସହ ୨ ପାଇଲଟ ଥିଲେ । ବିମାନରେ ଥିଲେ ୧୬୯ ଭାରତୀୟ ଯାତ୍ରା କରୁଥିଲେ । ୨୪୨ ମ୍ବେର ମଧ୍ୟରୁ ବି୍ରଟେନର ୫୧, ପତ୍ତୃଗାଲର ୭ ଏବଂ ଜଣେ କାନାଡ଼ାବାସୀ ଥିଲେ । ସେପଟେ ବିମାନରେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଯାତ୍ରା କରୁଥିଲେ । ଝିଅ ଲଣ୍ଡନରେ ପାଠ ପଢୁଥିବାରୁ ତାଙ୍କୁ ଦେଖା କରିବାକୁ ଯାଉଥିବା ପ୍ରାଥମିକ ସୂଚନା ମିଳିଛି । ସେପଟେ ବିମାନ ଦୁର୍ଘଟଣାରେ ୧୧୦ ମୃତୁ୍ୟ ଆଶଙ୍କା କରାଯାଉଛି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃଖପ୍ରକାଶ ।

ଭୟଙ୍କର ବିମାନ ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି । ଏନଡିଆରଏଫ, ଅଗ୍ମିଶମ ବାହିନୀ ଏଥିରେ ମୁତୟନ କରାଯାଇଥିଲା । ସଂପୂର୍ଣ୍ଣ ଅଂଚଳ ଧୂଆଁମୟ ପରିବେଶ ହୋଇଥିଲା । ସେପଟେ ନିକଟସ୍ଥ ହସ୍ପିଟାଲରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଅର୍ଦ୍ଧଦଗ୍ଧ ମୃତଦେହକୁ ଦେଖି ଲୋକେ ଭୟଭିତ ହେଉଛନ୍ତି । ବିମାନ ଦୁର୍ଘଟଣା ଖବର ପାଇ ଡାକ୍ତରଖାନା ପହଂଚୁଛନ୍ତି ଯାତ୍ରୀଙ୍କ ସଂପର୍କୀୟ । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା । ଟେକ୍‌ ଅଫ୍‌ କରିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ।

ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିଲେ ୨୪୨ରୁ ଊର୍ଦ୍ଧ୍ବ ଯାତ୍ରୀ । ବିମାନଟି ଲଣ୍ଡନ ଯିବାକୁ ଟେକ୍‌ ଅଫ୍‌ କରିଥିଲା । ହେଲେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ନିଆଁ ଲାଗି ଯାଇଛି । ଫଳରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ସମସ୍ତ ୨୪୨ ଜଣ ଯାତ୍ରୀ ଚଢ଼ି ସାରିଥିଲେ ଏବଂ ବିମାନଟି ରନୱେରେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା। ବିମାନଟି ୧:୧୦ ଅପରାହ୍ନରେ ବୋର୍ଡିଂ ଶେଷ କରିଥିଲା ଏବଂ ୧:୧୭ ଅପରାହ୍ନରେ ବିମାନ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କଲା।

ପ୍ରଥମ କିଛି ମିନିଟ ପାଇଁ ଉଡ଼ାଣ ସ୍ବାଭାବିକ ଥିଲା। ବିମାନରେ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ, ଯେଉଁଥିରେ ୨୩୦ ଜଣ ବୟସ୍କ, ୨ ଜଣ ଶିଶୁ ଏବଂ ୧୨ ଜଣ କ୍ରୁ ସଦସ୍ୟ (୧୦ ଜଣ କ୍ୟାବିନ କ୍ରୁ ଏବଂ ୨ ଜଣ ପାଇଲଟ) ଥିଲେ। ଦୁର୍ଘଟଣା ସମୟରେ ବିମାନର କମାଣ୍ଡ ପାଇଲଟ-ଇନ-କମାଣ୍ଡର୍‌ ସୁମିତ ସବରୱାଲ ଏବଂ ସହ-ପାଇଲଟ କ୍ଲାଇଭ କୁଣ୍ଡଙ୍କ ହାତରେ ଥିଲା। ଦୁର୍ଘଟଣା ପରେ ତୁରନ୍ତ ବିମାନବନ୍ଦର ଜରୁରୀକାଳୀନ ଦଳକୁ ସକ୍ରିୟ କରାଯାଇଥିଲା। ଘଟଣାସ୍ଥଳରୁ ଘନ ଧୂଆଁର ମେଘ ଦେଖାଯାଉଥିଲା। ମେଘାନୀନଗରରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

ସେ ତାଙ୍କଠାରୁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାରର ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଏହି ବିମାନରେ ଥିଲେ। ବିଜୟ ରୂପାନୀ ଲଣ୍ଡନ ଯାଉଥିଲେ। ସେ ତାଙ୍କ ପରିବାରକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ତାଙ୍କ ସ୍ତ୍ରୀ ଏବଂ ଝିଅ ସମେତ ଅନେକ ସମ୍ପର୍କୀୟ ଲଣ୍ଡନରେ ରୁହନ୍ତି, ଯେଉଁମାନଙ୍କୁ ସେ ଭେଟିବାକୁ ଯାଉଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ