Masthead

ପିପିଲି ଉପନିର୍ବାଚନ: ହାତରେ ମାତ୍ର ୨୬ ଦିନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶୁସିଲ କୁମାର ଲୋହାନୀ । ସେପ୍ଟେମ୍ବର ୩୦ରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଏହା ସହ ୧୫ ଅକ୍ଟୋବର ସୁଦ୍ଧା ପୁରା ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର । ଯେଉଁ ଠାରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ଥିଲା ସେଠାରୁ ହିଁ ପ୍ରକ୍ରିୟା ଆରମ୍ଭ ହେବ । ଅର୍ଥାତ ଯେଉଁ ମାନଙ୍କ ପ୍ରାର୍ଥିପତ୍ର କାୟମ ରହିଛି ସେମାନେ ହିଁ ନିର୍ବାଚନ ଉବଦାନକୁ ଓହ୍ଲାଇବେ ।

ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଟିତ ହେବ । ସର୍ବାଧିକ ୨୦୦ଲୋକଙ୍କୁ ନେଇ ଇନଣ୍ଡୋର ପ୍ରଚାର ହେବ । ଏହା ସହ ଆଉଟଡୋର ପ୍ରଚାରରେ ଯଦି ଷ୍ଟାର କ୍ୟାମ୍ପେନର ସାମିଲ ଥିବେ ତେବେ ସର୍ବାଧିକ ୧୦୦୦ ନଚେତ ଅଧା ଲୋକ ଅର୍ଥାତ ୫୦୦ଲୋକଙ୍କୁ ନେଇ ଆଉଟଡୋର କ୍ୟାମ୍ପେନ ହେବ । ଏହା ସହ ସାହି ପ୍ରଚାରରେ ସର୍ବାଧିକ ୨୦ ଜଣ ଓ ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୫ଜଣ ରହି ପାରିବେ । ନିର୍ବାଚନର ୪୮ଘଣ୍ଟା ଆଗରୁ ପ୍ରଚାର ବନ୍ଦ ପାଇଁ ପୁର୍ବରୁ ନିର୍ଦ୍ଦେଶ ଥିବା ବେଳେ ଚଳିତ ନିର୍ବାଚନରେ ଏହା ୭୮ଘଣ୍ଟା ଆଗରୁ ବନ୍ଦ କରିବାକୁ କୁହାଯାଇଛି । ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ନିର୍ବାଚନରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତା ମୂଳକ କରାଯାଇଛି । ପ୍ରତି ବୁଥରେ କୋଭିଡ ନିୟମ ତଦାରଖ କରିବା ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ । ଅନ୍ୟପଟେ ବାଇକ ରାଲି ଓ ରୋଡ଼ ଶୋକୁ ମନା କରାଯାଇଛି । କୌଣଷୀ ପ୍ରାର୍ଥୀ କିମ୍ବା ପ୍ରଚାରକ କୋଭିଡ ନିୟମ କିଲାପ କଲେ ରାଲି ଓ ବୌଠକ ପାଇଁ ମିଳିତିବା ଅନୁମତି ପ୍ରତ୍ୟାହୃତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ