Masthead

ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି । ଶହ ଶହ ପରିବାରକୁ ଛାରଖାର କରିଦେଇଛି ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୮୭-୮ ଡ୍ରିମ୍‌ଲାଇନ୍‌ର ବିମାନ ‘ଏଆଇ-୧୭୧’ ବିମାନ ଦୁର୍ଘଟଣା ଘଟିଛି । ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ଜୀବନ ଯାଇଛି । ଅହମ୍ମଦାବାଦ ପୋଲିସ କମିସନର ଏନେଇ ସୂଚନା ଦେଇଛନ୍ତି ।ସେଥିରେ ଏକ ଡାକ୍ତର ପରିବାର ନିଶ୍ଚିହ୍ନ ହୋଇଛି । ଡାକ୍ତର ଦମ୍ପତିଙ୍କ ସହ ସେମାନଙ୍କ ୩ ପିଲାଙ୍କର ମୃତ୍ୟୁ ହୋଇଛି ।

ପ୍ଲେନ୍‌ରେ ବସିବା ପରେ ଏକ ସେଲ୍ଫି ନେଇଥିଲେ । ଶେଷ ଥର ପାଇଁ ଗୋଟିଏ ଫଟୋରେ ଏକାଠି ହସିଥିଲେ । ଭବିଷ୍ୟତ ପାଇଁ ପ୍ଲାନ କରିଥିଲେ । ପିଲାଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ ଡାକ୍ତର ଦମ୍ପତି । ସେମାନେ ହେଲେ ରାଜସ୍ଥାନ ବାଂସୱାଡାର ଡାକ୍ତର କୋମି ବ୍ୟାସ, ତାଙ୍କ ସ୍ୱାମୀ ଡାକ୍ତର ପ୍ରତୀକ ଯୋଶୀ, ଯାଆଁଳା ପୁଅ ପ୍ରଦ୍ୟୁତ୍‌ ଓ ନକୁଲ ଯୋଶୀ (୫), ଏବଂ ଝିଅ ମିରାୟା ଯୋଶୀ (୮) ।

ଉଦୟପୁର ପାସିଫିକ୍‌ ହସ୍ପିଟାଲ ଉମର୍‌ଡାର ପରିଚାଳକ କହିଛନ୍ତି, ଡାକ୍ତର କୋମି ବ୍ୟାସ ମାସେ ପୂର୍ବରୁ ସେହି ହସ୍ପିଟାଲରୁ ଚାକିରି ଛାଡ଼ି ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ରହିବା ଲାଗି ବିମାନରେ ଲଣ୍ଡନ ଯାଉଥିଲେ । ଏଥିପାଇଁ ହିଁ କୋମି ବ୍ୟାସ ଇସ୍ତଫା ଦେଇଥିଲେ । ତେବେ ବିମାନ ଦୁର୍ଘଟଣାରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି । କଥାରେ ଅଛି ନା ଜୀବନକୁ କି ଅବା ଭରସା । କେତେବେଳେ କଣ ଯେ ଘଟିବ ତାହା କାହାକୁ ଜଣାନଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ