Masthead

ରାଜନୀତି ଛାଡ଼ି ଅପରାଧ ପାଇଁ ଚର୍ଚ୍ଚାରେ ଏବେ ଅଜୟ ମିଶ୍ର

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରି ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଲଖିମପୁର ଖେରିରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ କାରରେ ଚାଷୀଙ୍କୁ ଚାପି ଦିଆଯିବା ପରେ ଏହି ଘଟଣା ବର୍ତ୍ତମାନ ରାଜନୈତିକ ପ୍ରସଙ୍ଗ ପାଲଟିଛି । ଏନେଇ ବିରୋଧ ଦଳ ଗତକାଲି ମହାରାଷ୍ଟ୍ରକୁ ବନ୍ଦ ରଖିଥିଲେ । କେବଳ ଏତିକି ନୁହେଁ ବରଂ ଏନେଇ ବିରୋଧୀଦଳଙ୍କ ଦ୍ୱାରା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି । ବାରମ୍ବାର କୃଷକମାନେ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାରଣାକୁ ଦୃଷ୍ଟିରେ ରଖି ଦଳ ଖୁବଶୀଘ୍ର ମିଶ୍ରଙ୍କ ଉପରେ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଯଦି ମନ୍ତ୍ରୀଙ୍କ ପୁଅ ଆଶିଷ ଯେଉଁ ଏସୟୁଭି ଚାଷୀଙ୍କୁ ଚୂର୍ଣ୍ଣ କରୁଥିଲେ, ସେ ଗାଡ଼ି ଚଳାଉ ନାହାଁନ୍ତି, ତା’ହେଲେ ତାଙ୍କ ବିରୋଧରେ କୌଣସି ଗୁରୁତର ଅପରାଧିକ ମାମଲା ରୁଜୁ ହେବ ନାହିଁ ବୋଲି ପୁଲିସ ଅଧିକାରୀମାନେ ପୂର୍ବରୁ ମତ ରଖିଥିଲେ । ହେଲେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବା ପରେ ପରିସ୍ଥିତି ବଦଳିବାରେ ଲାଗିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଆଶିଷ ମିଶ୍ରଙ୍କ ବିରୋଧରେ କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା