ମାନବିକତା ହରାଇଲେ ସମ୍ପର୍କୀୟ ଓ ପ୍ରଶାସନ

ନିଶ୍ଚିନ୍ତକୋଇଲି(ବଡ଼ ଖବର ବ୍ୟୁରୋ):ମାନବିକତା ହରାଇଲେ ସମ୍ପର୍କୀୟ ଓ ପ୍ରଶାସନ । ଅକ୍ଷମ ଵୃଦ୍ଧାଙ୍କୁ ଷଡଯନ୍ତ୍ର କରି ବିନା ଚିକିତ୍ସାରେ ଜରାଶ୍ରମରେ ଛାଡିଲେ । ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୋଇଲି ଗ୍ରାମର ଅନନ୍ତା ମହତାବ । ସତୁରି ବର୍ଷୀୟା ବିଧବା । ଏକମାତ୍ର ପୁଅ କୈଳାସ ମହତାବଙ୍କ ବିବାହ କରିବା ପରେ ଅନନ୍ତାଙ୍କ ଦୁଃଖ ବଢିଯାଇଥିଲା । ପୁଅ -ବୋହୁ ଅନନ୍ତାଙ୍କୁ ଘରୁ ବାହାର କରିଦେଲେ । ଅନନ୍ତା ଭାଇ ଘରେ ପଡିରହିଥିଲେ । ମାତ୍ର ସେଠାରେ ବେଶିଦିନ ରହିପାରିଲେ ନାହିଁ । ଭାଇ ପ୍ରଭାସ ଭଉଣୀ ଅନନ୍ତାଙ୍କୁ ଘରୁ ବାହାର କରିଦେଲେ ।

କିଛି ଅଚିହ୍ନା ଲୋକ ଅନନ୍ତାଙ୍କ ଗୋଡ଼ ଭାଙ୍ଗି ତାଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନରେ ଫୋପାଡ଼ି ଦେଲେ । ଡାକ୍ତର ତାଙ୍କର ଚିକିତ୍ସା ନକରି କେବଳ କୋଭିଡ ଟେଷ୍ଟ କରି ନିଶ୍ଚିନ୍ତକୋଇଲି ଥାନାକୁ ଖବର ଦେଇଥିଲେ । ଥାନା ଏଏସଆଇ ସର୍ବେଶ୍ୱର ଜେନା ଓ ତାଙ୍କ ଟିମ ଅନନ୍ତାଙ୍କୁ ସାଲେପୁର ଜରାଶ୍ରମରେ ଛାଡିଦେଲେ । ଜରାଶ୍ରମର କର୍ମଚାରୀ ଅନନ୍ତାଙ୍କ ଏଭଳି ଅବସ୍ଥା ଦେଖି ପୋଲିସ ଅଫିସର ସର୍ବେଶ୍ୱର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଗାଡ଼ିରେ ବସି ଅନନ୍ତାଙ୍କ ଗୋଡ଼ ଧରି ଦେଇଛି,କିଛି ସମୟ ପରେ ସବୁ ଠିକ ହେଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ