Masthead

ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ଆଦାନୀ ଗ୍ରୁପ ସମ୍ବନ୍ଧୀୟ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ଭାରତରେ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।ବିବାଦରେ ଅଛନ୍ତି ଶିଳ୍ପପତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପ୍ ର ସେୟାର ପ୍ରତିଦିନ ହ୍ରାସ ପାଉଛି । ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ନିକଟରେ ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ଭଳି ହ୍ରାସ ଘଟିଛି।

ସେଥିପାଇଁ ନିବେଶକମାନଙ୍କ ସମ୍ପତ୍ତି ହ୍ରାସ ପାଇଛି। ଆଦାନି ଗ୍ରୁପ୍‌ ଷ୍ଟକ ମୂଲ୍ୟରେ ହେରଫେର ଓ ଆକାଉଣ୍ଟ୍‌ ଜାଲିଆତି କରୁଥିବା ନେଇ ‌ହିଣ୍ଡେନ୍‌ବର୍ଗ ରିପୋର୍ଟ ଅଭିଯୋଗ କରିବା ପରେ ଭାରତୀୟ ଷ୍ଟକ ବଜାର ଅସ୍ଥିର ହୋଇପଡ଼ିଛି। ନିବେଶକମାନେ ଆଦାନିର ବିଭିନ୍ନ କଂପାନିର ସେୟାରକୁ ବିକ୍ରି କରୁଥିବାରୁ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହିଣ୍ଡେନ୍‌ବର୍ଗର ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଦୃଢ଼ ଭାବେ ଖଣ୍ଡନ କରିବା ସତ୍ତ୍ବେ ନିବେଶକମାନଙ୍କୁ ତାହା ଶାନ୍ତ କରିପାରୁନାହିଁ।

ଷ୍ଟକ ବଜାରରେ ସ୍ଥିରତା ବଜାୟ ରଖିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନିର ସେୟାରଗୁଡ଼ିକ ଉପରେ ନଜର ରଖିଛି। ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଆମେ କାମ କରୁଛୁ ବୋଲି କହିଥିବା ବେଳେ ରିଜର୍ଭ ବ୍ୟାଙ୍କ କହିଛି ଯେ ଭାରତୀୟ ବ୍ୟାଙ୍କ ଶିଳ୍ପ ବେଶ ଦୃଢ଼ ରହିଛି। ଆଦାନି କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଦ୍ବାରା ବ୍ୟାଙ୍କ ଶିଳ୍ପ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ପରୋକ୍ଷରେ ଏହା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ