Masthead

ପୃଥିବୀ ଉପରେ ରହିଛି ଏଲିଏନଙ୍କ ନଜର

(ବଡ଼ ଖବର ବ୍ୟୁରୋ): ଏଲିଏନ ନଜରରେ ପୃଥିବୀ । ଦୀର୍ଘ ୫ ହଜାର ବର୍ଷ ଧରି ପୃଥିବୀ ଉପରେ ନଜର ରଖିଛନ୍ତି ଏଲିଏନ । ତାହା ପୁଣି ଟେଲିସ୍କୋପ୍ ଦ୍ୱାରା ନଜର ରଖିଛନ୍ତି ଏଲିଏନମାନେ । ତେବେ ଏହି କଥାଟି ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଏହା କେବଳ ଫିଲ୍ମର କଥା ହୋଇଥିବ । ନା ଆଜ୍ଞା ଆମେ କୌଣସି ଫିଲ୍ମର କାହଣୀ କହୁନାହୁଁ କି କୌଣସି ମନଗଢା କଥା କହୁନାହୁଁ । ଏହା ବାସ୍ତବରେ ହିଁ ଏହା ଘଟିଛି । ପ୍ରାୟ ୧୬୪୨ ମସିହା ଠାରୁ ଏଲିଏନମାନେ ତାଙ୍କ କଡା ନଜର ରଖିଛନ୍ତି ପୃଥିବୀ ଉପରେ । ଟେଲିସ୍କୋପ୍ ଜରିଆରେ ଦେଖୁଛନ୍ତି ତ୍ପୃଥିବୀର ଚିତ୍ର । ଅନୁଧ୍ୟାନ କରୁଛନ୍ତି ପୃଥିବୀର ପରିସ୍ଥିତି । ଆମେରିକାର ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଏଭଳି ସୂଚନା ମିଳିଛି । ତେବେ ଆମେ ଏହି ଏଲିଏନ୍ ବାବଦରେ କେବଳ ବଲିଉଡ ଆଉ ଓଲିଉର ଫିଲ୍ମରେ ଦେଖିଥିଲେ । ଆଉ ଏଲିଏନକୁ ନେଇ କିଛି କାହାଣୀ ମଧ୍ୟ ପଢିଥିଲେ । ସେଥିପାଇଁ ଏହି ସୂଚନା ଉପରେ ବିଶ୍ୱାସ କରିବା କଷ୍ଟକର ହେଉଛି । ତଥାପି ଆମେରିକାର ଗବେଷଣାକାରୀମାନେ ସେଥିପାଇଁ କହିଛନ୍ତି ଯେ ସେ ଏହି ଘଟଣା ଉପରେ ଆଉ କିଛି ତଦନ୍ତ କରିବେ ଏବଂ ଏଲିଏନ୍ ରିପୋର୍ଟକୁ ସାର୍ବଜନୀନ କରିବେ । ସେମାନେ ଏହା ମଧ୍ୟ କହିଛନ୍ତି ପୃଥିବୀର ବିଭିନ୍ନ ରେଡିଓ ସିଗ୍ନାଲ ସହିତ ଏଲିଏନ ସଂଯୋଗ କରିବା ସକ୍ଷମ ।

ସତରେ କଣ ଏବେ ବି ଏଲିଏନ୍ ଅଛି ? ଏହି ପ୍ରଶ୍ନ ଟା ଏବେ ବି ମନରେ ଉଙ୍କି ମାରୁଛି । ଆମେରିକାର ଗବେଷଣାକାରୀ ସଂସ୍ଥାର କହିବା ଅନୁଯାୟୀ ଆଜି ବି ବିଶ୍ୱରେ ଏଲିଏନ୍ ଅଛନ୍ତି । ଅବଶ୍ୟ ଏଲିଏନମାନେ କାହା ନଜରରେ ଆସିନାହାନ୍ତି । ହେଲେ ସେମାନେ ପୃଥିବୀ ସହ ରେଡିଓ ମାଧ୍ୟମରେ ସଂଯୋଗ କରିପାରିବେ । ଏଲିଏନମାନେ ରହୁଥିବା ୨୯ଟି ସମ୍ଭାବ୍ୟ ସ୍ଥାନ ସମ୍ପର୍କରେ ଆମେରିକାର ଗବେଷଣା ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି । ଆମେରିକାର ଗବେଷକମାନେ ଆକଶ ଗଙ୍ଗାର ଏକ ନକ୍ସା ପ୍ରସ୍ତୁତ କରି ସାମ୍ଭାବ୍ୟ ସ୍ଥାନ ଗୁଡିକୁ ଦର୍ଶାଇଛନ୍ତି । ସେମାନଙ୍କ କହିବାନୁସାରେ ୧୭୧୫ରୁ ଅଧିକ ଗ୍ରହାଣୁପୁଞ୍ଜ ଏବଂ ଶହଶହ ସଂଖ୍ୟକ ଗ୍ରହରେ ଏହି ଏଲିଏନ୍ ଥିବା ଜଣାପଡିଛି । ଏହା ସହ ସେ କହିଛନ୍ତି ୧୬୪୨ ମସିହାରୁ ଏଲିଏନଙ୍କ ନଜର ରହିଛି ପୃଥିବୀ ଉପରେ । ପୃଥିବୀଠାରୁ ୩୨୬ ଆଲୋକ ବର୍ଷ ଦୂରରେ ୨୦୩୪ ନକ୍ଷତ୍ର ରହିଥିବା ବେଳେ କେତେକ ନକ୍ଷତ୍ରରେ ପୃଥିବୀର ରେଡିଓ ସିଗନାଲ ପହଞ୍ଚୁଥିବା ରିପୋର୍ଟରୁ ଜଣାପଡିଛି । ସେପଟେ ନ୍ୟୁୟର୍କର କର୍ଣ୍ଣଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଲିସା କାଲଟେନେଗର କହିଛନ୍ତି ଏହି ଏଲିଏନମାନେ ଦୀର୍ଘ ୫ ବର୍ଷ ହେଲାଣି ସେମାନେ ପୃଥିବୀ ଉପରେ ଟେଲିସ୍କୋପ ଜରିଆରେ ନଜର ରଖିଛନ୍ତି ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ପୃଥିବୀର ରେଡିଓ ସିଗନାଲକୁ ୭୫ରୁ ଅଧିକ ନକ୍ଷତ୍ର ସହଜରେ ଉପଲବ୍ଧ କରିଛନ୍ତି । ତାହା ଛଡା ଏହି ରେଡିଓ ସିଗନାଲ ଜରିଆରେ କେବଳ ଏଲିଏନ୍ ନୁହଁନ୍ତି ଯେ କେହିବି କୌଣସି ଗ୍ରହ ଉପରେ ନଜର ରଖିପାରିବ । ତେବେ ଶହେ ବର୍ଷ ତଳେ ଏହି ରେଡିଓ ସିଗନାଲ ଆରମ୍ଭ ହୋଇଥିବା ବୋଲି କହିଛନ୍ତି ପ୍ରଫେସର ଡ଼ ଲିସା କାଲଟେନଗର । ତେବେ ଏହି ସୂଚନାରୁ ପ୍ରମାଣ ହେଉଛି ଯେମିତି ଭଗବାନ ଅଛନ୍ତି ହେଲେ ତାଙ୍କୁ କେହି ଦେଖି ନାହାନ୍ତି । ସେ ଭଳି ଦୁନିଆରେ ବହୁତ କିଛି ରହସ୍ୟ ଅଛି ଯାହାର ଗବେଷଣା କଲେ ହି ତଥ୍ୟ ପ୍ରକାଶ ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା