Masthead

ଜେଲରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଟିଟିଲାଗଡ ସବ ଜେଲରୁ ଜେଲ ବାଡ ଡେଇଁ ଫେରାର ମାରିଥିବା ଦୁଇ ହତ୍ୟା ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ। ୨୧ ଦିନ ପରେ ଦିଲ୍ଲୀରୁ ଗିରଫ କଲା ପୋଲିସ୍। ଗିରଫ ପରେ ଜେଲକୁ ନେଇ ସିନ ରିକ୍ରିଏସନ୍ କରିଛି ପୋଲିସ୍। ଫେରାର ଥିବା ଅନ୍ୟ ଜଣେ କଏଦୀକୁ ଧରିବା ପାଇଁ ତନାଘନା ଜାରି ରଖିଛି। ଗତ ମାର୍ଚ୍ଚ ୯ ତାରିଖର ଟିଟିଲାଗଡ ସବ ଜେଲରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭବନ୍ ରଣା ଓ ସୁମିତ ବିହାରୀ ଜେଲର ବାଡ ଡେଇଁ ରାତିରେ ଫେରାର ହୋଇଥିଲେ।

ଯାହାକୁ ନେଇ ପୋଲିସ୍ ଓ ଜେଲ ଡିଆଇଜି ମିଳିତ ଭାବରେ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏବଂ ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାର ଦୁଇ ଜଣ ୱାଡ଼ରଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା। ତେବେ ପୋଲିସର ତିନୋଟି ଟିମ୍ ଗଠନ କରା ଯାଇ ଫେରାର କଏଦୀମାନଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଜାରି ରଖିଥିଲା। ଏବଂ ପୋଲିସର ଗୁଇନ୍ଦା ତଥା ଆଇଟି ଓ ସାଇବର ଟିମର ସହାୟତାରେ ପୋଲିସ୍ ଜଣେ କଏଦୀ ସୁମିତ ବିହାରୀଙ୍କୂ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି। ଏବଂ ଆଜି ତାକୁ ପୋଲିସ୍ ସଂପୃକ୍ତ ଜେଲକୁ ନେଇ ସିନ ରିକ୍ରିଏସନ କରିଛି।

ସେହିପରି ତାକୁ କୋର୍ଟ ଚାଲାଣ କରିଛି ପୋଲିସ୍। ଅନ୍ୟପଟେ ଆଜି ବି ଆଉ ଜଣେ ଫେରାର ହତ୍ୟା ଅଭିଯୁକ୍ତକୁ ପୋଲିସ୍ ଧରିବାରେ ସଫଳ ହୋଇ ପାରି ନାହିଁ । ଏବଂ ତାକୁ ଧରିବା ପାଇଁ ପୋଲିସ ତନାଘନା ଜାରି ଥିବାର ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ଫେରାର ବିଚାରଧୀନ କଏଦୀ ଶୋଭାବନ୍ ରଣା ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଶିଶୁ ବଳି ଓ ହତ୍ୟା ଅଭିଯୋଗରେ ବିଗତ ଚାରି ବର୍ଷରୁ ଏହି ଜେଲରେ ଥିଲା। ସେହିପରି ସୁମିତ ବିହାରୀ ଦୁଇ ବର୍ଷ ପୂର୍ବରୁ ନିଜ ଭଣଜାଙ୍କ ହତ୍ୟା ଅଭିଯୋଗରେ ଏଠି ବିଚାରଧୀନ କଏଦୀ ଭାବରେ ଥିଲା। ଏବଂ ଗତ ୯ ମାର୍ଚ୍ଚରେ ଉଭୟ ଜେଲରୁ ଫେରାର ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ