Masthead

ସବୁଭକ୍ତ ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳିପାରିବେ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଶିବରାତ୍ରି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଏହି ପରମ୍ପରାର ଆୟୋଜନ କରାଯାଇଛି । ମାକ୍ସ, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶିବ ଭକ୍ତଙ୍କ ପାଇଁ ଭଲ ଖବର । ଭୁବନେଶ୍ୱରର ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି ।

ପୂର୍ବରୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ତେବେ କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଜାଗର ମେଳା ବନ୍ଦ କରାଯାଇଛି। ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ