Masthead

ଶିମିଳିପାଳର ସ୍ଥିତି ପରକ୍ଷିଲେ ବିଜେପି ଟିମ

ଶିମିଳିପାଳ(ବଡ଼ ଖବର ବ୍ୟୁରୋ): ଶିମିଳିପାଳକୁ ନେଇ ରାଜ୍ୟସରକାର ବହୁ ନିନ୍ଦିତ ହେଲେଣି । ସରକାରୀ ତଥ୍ୟରେ ରହୁନି ତାଳମେଳ । ରାଜ୍ୟବାସୀଙ୍କୁ ମିଳିପାରୁନି ଶିମିଳିପାଳ ବାବଦରେ ସଠିକ ତଥ୍ୟ । ସରକାର ଓ ଗ୍ରାଉଣ୍ଡ ଲେବୁଲ ଅଧିକାରୀଙ୍କ କଥାରେ ରହୁଛି ମତପାର୍ଥକ୍ୟ । ବର୍ତ୍ତମାନ ଅନ୍ଧାରରେ ଶିମିଳିପାଳର ଭାଗ୍ୟ ଭବିଷ୍ୟତ । ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା ଲାଗି ଶିମିଳିପାଳ ଗଲେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । କ୍ଷେତ୍ର ପରିଦର୍ଶନ କରିଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଯାଇଛନ୍ତି ୧୩ ଜଣିଆ ବିଧାୟକ ଟିମ । ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ଓ ବନ୍ୟ ଜନ୍ତୁ କେତେ ପରିମାଣରେ ପ୍ରଭାବିତ ହୋଇଛନ୍ତି, ଏହାର ଗ୍ରାଉଙ୍ଗ ଜିରୋରୁ ତଥ୍ୟ ସଂଗ୍ରହ କରିଛି ଏହି ଟିମ । ଦିନ ତମାମ ଶିମିଳିପାଳର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛି ଦଳ । ସ୍ଥିତି ଅନୁଧ୍ୟାନ ସହ ରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିଛି ଦଳ । ଶିମିଳିପାଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛି ଦଳ ।

ସ୍ଥାନୀୟ ସରକାରୀ ଅଧିକାରୀ ସହ ବିଚାର ବିମର୍ଶ କରିଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିଧାନସଭାରେ ଓ ବାହାରେ ସରକାରଙ୍କୁ ଘେରିଛି ଦଳ । ଦଳରେ ଅଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ସୁବାଷ ପାଣିଗ୍ରାହୀ, ନାଉରି ନାୟକ, ଜୟନ୍ତ ଷଡଙ୍ଗୀ, ସନାତନ ବିଜୁଳି, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭାସ୍କର ମଢେଇ, ନବ ଚରଣ ମାଝୀ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ବୁଧନ ମୁର୍ମୁ, ଗଣେଶରାମ ଖୁଣ୍ଟିଆ  । ଏହା ସହ ମୟୂରଭଞ୍ଜର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ବିଜେପିର ୨ ସାଙ୍ଗଠନିକ ଜିଲ୍ଲା ରାଇରଙ୍ଗପୁର ଓ ବାରିପଦାର ସଭାପତି ମଧ୍ୟ ସାମିଲ ହୋଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ