Masthead

ଚାଷୀଙ୍କ ମହାପଞ୍ଚାୟତ ପୂର୍ବରୁ ରାକେଶଙ୍କ ଚେତାବନୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର ତିନୋଟି କୃଷି ନିୟମ ବିରୋଧରେ କୃଷକମାନେ ବିରୋଧ ଜାରି ରଖିଛନ୍ତି । ଏନେଇ ଉତ୍ତରପ୍ରଦେଶର ମୁଜାଫରନଗରରେ ଆସନ୍ତା କାଲି କୃଷକ ମହାପଞ୍ଚାୟତ ଆୟୋଜନ ହେବାର ସୂଚନା ମିଳିଛି । ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ଦୀର୍ଘ ୧୦ ମାସ ଧରି ଚାଲୁଥିବା କୃଷକ ଆନ୍ଦୋଳନରେ ସାମିଲ ହେବେ ।

ଏହା ସହ ଆଗାମୀ ରଣନୀତି ବିଷୟରେ ମଧ୍ୟ ଏହି ମହାପଞ୍ଚାୟତରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି । ହେଲେ ମହାପଞ୍ଚାୟତ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି ରାକେଶ ଟିକାୟତ । ତେବେ ମହାପଞ୍ଚାୟତରେ କେତେ ଲୋକ ଯୋଗଦେବେ ତା’ର ନିର୍ଦ୍ଦିଷ୍ଟ ସଂଖ୍ୟା କହିବା ଅସମ୍ଭବ । କିନ୍ତୁ ମୁଁ ନିଶ୍ଚିତ ଯେ ବିପୁଳ ସଂଖ୍ୟାରେ ଲୋକ ଏକାଠି ହେବେ । ମହାପଞ୍ଚାୟତରେ ଚାଷୀଙ୍କ ଯୋଗଦାନକୁ କେହି ବି ଅଟକାଇ ପାରିବେ ନାହିଁ ।

ଯଦି ସେମାନେ ଆମକୁ ଅଟକାଇବେ ତା’ହାଲେ ଆମେ ଏହି ଗତିରୋଧକୁ ଭାଙ୍ଗିବୁ ଓ ମହାପଞ୍ଚାୟତରେ ପହଁଞ୍ଚିବୁ । ୫ ସେପ୍ଟେମ୍ବରରେ ମୁଜାଫରନଗର ଚାଷୀଙ୍କ ମହାପଞ୍ଚାୟତ ଐତିହାସିକ ହେବ । ଏବଂ ୫ ସେପ୍ଟେମ୍ବରରେ ସମସ୍ତେ ମୁଜାଫରନଗର ଚାଲନ୍ତୁ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା