Masthead

ଚାକିରି ଆଳରେ ଡାକି ଆଣି ଗଣଦୁଷ୍କର୍ମ ଅଭିଯୋଗ

ବାରିପଦା (ବଡ଼ ଖବର ବ୍ୟୁରୋ): ବାଙ୍ଗିରିପୋଷିରୁ ଆଣି ଉଦଳାରେ ଗଣଦୁଷ୍କର୍ମ । ଚାକିରି କରାଇବାକୁ କହି ଡାକି ଆଣିଲେ । ୮୦ କିଲୋମିଟର ଦୂର ଆଣି ଗାଡି ଭିତରେ ରାଜରାସ୍ତା କଡରେ କରିଲେ ଦୁଷ୍କର୍ମ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ସୁଦୂର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଘରୁ ଦୁଇ ଜଣ ଡାକି ଆଣିଲେ। ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଲେ। ବାଙ୍ଗିରିପୋଷିରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡରେ ୬ ଯୁବକ କରିଲେ ଯୁବତୀଙ୍କୁ ଗଣ ଦୁଷ୍କର୍ମ।

ଉଦଳା – ବାଲେଶ୍ୱର ରାଜ୍ୟ ରାଜପଥ କଡରେ ଗାଡି ଭିତରେ ଘଟିଲା ଏଭଳି ସାଙ୍ଘାତିକ ଅପରାଧ। ଗଣ ଦୁଷ୍କର୍ମକାରୀମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ଚିତ୍କାର କରିବାରୁ ଭୟରେ ଯୁବକମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଗଲେ ୬ ଯୁବକ। ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଯାଇ ସବୁ ଘଟଣା ବୟାନ କରିବା ପରେ ଆଜି ଏ ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ଦୁଇ ଯୁବକକୁ ଅଟକ ରଖି ତଦନ୍ତ ଚାଲିଥିବା ବେଳେ ଖୁବ୍ ଶୀଘ୍ର ସମସ୍ତ ଯୁବକକୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ