Masthead

ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତିଙ୍କ ମଞ୍ଜୁରୀ

ନୂଆଦିଲ୍ଳୀ  (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକ ସଭାରେ ଏକ ଅନାସ୍ତା ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତି ସ୍ବୀକାର କରିଛନ୍ତି। ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଲୋକ ସଭା ବାଚସ୍ପତି କହିଛନ୍ତି, ସମସ୍ତ ଦଳ ସହ କଥା ହେବା ପରେ ସେ ଆଲୋଚନା ପାଇଁ ସମୟ ସ୍ଥିର କରିବେ।

ଏସବୁ ଭିତରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି କି, ମଣିପୁର ଘଟଣାକୁ ନେଇ ଯଦି ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ଦେଇଥାନ୍ତେ ତେବେ ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ପଡି ନଥାନ୍ତା । କଂଗ୍ରେସ ସାଂସଦ ରାଜୀବ ଶୁକ୍ଳା କହିଛନ୍ତି କି ଅନାସ୍ଥା ପ୍ରସ୍ତାବ ବାଚସ୍ପତିଙ୍କ ଦ୍ୱାରା ସ୍ୱୀକାର ହେବା ପରେ ଆଶା କରୁଛୁ କି ସଂସଦରେ ଏହାକୁ ପ୍ରାଥମିକତା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ