Masthead

ଡିପଫେକ ରୋକିବା ପାଇଁ କେନ୍ଦ୍ର ସରକାର ଆଣିବେ ବିଲ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଓ ଯୁଗରେ ଚିନ୍ତା ବଢ଼ାଇଛି ଡିପ୍ ଫେକ୍ ଭିଡିଓ। ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏନେଇ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋଦି ସରକାର ୩.୦। ବର୍ତ୍ତମାନ ଦେଶରେ ଏଆଇ ଦ୍ୱାରା ବିଭିନ୍ନ ପ୍ରକାରର ଡିପଫେକ ବିଷୟବସ୍ତୁ ଭାଇରାଲ କରାଯାଉଛି। କେଉଁଟା ସତ ଓ କେଉଁଟା ମିଛ, ତାହା ଜାଣିବା ମୁସ୍କିଲ ହୋଇ ପଡ଼ୁଛି। ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ ଆଣିବାକୁ ଯାଉଥିବା ଜଣାପଡ଼ିଛି। ଆସିବାକୁ ଥିବା ଡିଜିଟାଲ ଇଣ୍ଡିଆ ବିଲ୍‌ରେ ଏଆଇ ଟେକ୍ନୋଲୋଜିର ସକରାତ୍ମକ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ।

ବିଲ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ ଏନେଇ ଆଲୋଚନା କରିବେ। ଏହାବାଦ ଆଗାମୀ ଅଧିବେଶନରେ ୟୁଟ୍ୟୁବ ସମେତ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ପୋଷ୍ଟରେ ହେଉଥିବା ଭିଡିଓକୁ ରେଗୁଲେଟ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ବିଲ ଆଣିବେ। ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ଯାଏ ଚାଲିବ। ସେହିପରି ସଂସଦର ମୌସୁମୀ ଅଧିବେଶନ ସମ୍ଭବତଃ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ