ୱାସିଂଟନ୍: ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଜୋ ବାଇଡେନ୍ । ଗତ ୪ ଦିନ ଧରି ଚାଲିଥିବା ଗଣତି ପରେ ଫଳାଫଳ ସ୍ପଷ୍ଟ ହୋଇଛି । ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ପରାଜିତ ହୋଇଛନ୍ତି । ଏହା ସହ ଆମେରିକାରେ ଡେମୋକ୍ରାଟିକ ପାର୍ଟି କ୍ଷମତାକୁ ଫେରିଛି । ଅନ୍ୟପକ୍ଷରେ, ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହେବେ ।ଗଣତି ହୋଇଥିବା ଭୋଟ ଅନୁଯାୟୀ, ଟ୍ରମ୍ପଙ୍କ ସପକ୍ଷରେ ୨୧୪ ଭୋଟ ଥିବା ବେଳେ ବାଇଡେନ ୨୯୦ ଟି ଇଲେକ୍ଟୋରାଲ ଭୋଟ ପାଇ ବିଜେତା ହୋଇଛନ୍ତି। ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦ କୁ ପାର କରିଛନ୍ତି।