Masthead

ଲାଞ୍ଚ ନ ଦେବାରୁ ରମାମଣୀଙ୍କୁ ମିଳିଲାନି ଘର

ବାଙ୍ଗିରିପୋଷି (ବଡ଼ ଖବର ବ୍ୟୁରୋ): କୁଳିଅଣା ବ୍ଲକ କାଞ୍ଜିଆ ଗାଁର ରମାମଣୀ ସିଂ । ବୟସ ୭୦ ଛୁଇଁଲାଣି । ବାଡ଼ି ନ ଧରିଲେ ଚାଲିବା ଅସମ୍ଭବ । ଝିଅକୁ ବାହା କରିବା ପରେ ସାହାଭରସା ବୋଲି କେହି ନାହାନ୍ତି । ଭଙ୍ଗାଦଦରା ଘରେ ବିତୁଛି ରମାମଣୀଙ୍କ ଜୀବନ । ଅସରାଏ ବର୍ଷା ହେଲେ ଘର ଭିତରେ ଭରିଯାଉଛି ଆଣ୍ଠୁଏ ପାଣି । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ଲାଗି ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ । ହେଲେ ହଜାରେ ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଲେ ରମାମଣୀ ।

ପକ୍କାଘର ଖଣ୍ଡେ ଲାଗି ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ସରପଞ୍ଚ ଏବଂ ବିଡିଓ ସମସ୍ତଙ୍କୁ କାକୁତିମିନତି ହୋଇ ଗୁହାରି କରିଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣିନାହାନ୍ତି । ହଜାରେ ଟଙ୍କା ଦେଲେ ଘର ମିଳିବ ବୋଲି କୁଜିନେତାମାନେ ତାଙ୍କୁ କହୁଛନ୍ତି । ଭତ୍ତା ଆଉ ଚାଉଳ ଯାହା ମିଳୁଛି ଚଳିବାକୁ ରମାମଣୀଙ୍କ ଲାଗି ନିଅଣ୍ଟ । ଆଉ ଟଙ୍କା କେଉଁଠୁ ଆଣିବେ ଯେ ଲାଞ୍ଚ ଦେବେ । ଘର ନ ମିଳିବାରୁ ଭାଗ୍ୟକୁ ଆଦରି ଭଙ୍ଗାଘରେ ପଡ଼ି ରହିଛନ୍ତି । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ମାଳ ମାଳ ଅବାସ ଯୋଜନା କାହା ପାଇଁ? ଲାଞ୍ଚ ନ ଦେଲେ କ’ଣ ମିଳିବନି ଘର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା