Masthead

ଘନ ଘନ କଟୁଛି ବିଜୁଳି, ମନ୍ତ୍ରୀ କହୁଛନ୍ତି ପାୱାରକଟ୍ ଆରମ୍ଭ ହୋଇନି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗରମ । ଘନ ଘନ ବିଜୁଳି କଟୁଛି ବୋଲି ଅଭିଯୋଗ ହେଉଛି । ଉପାନ୍ତ ଅଞ୍ଚଳ କଥା ଛାଡନ୍ତୁ, ଏପରିକି ରାଜଧାନୀ ଉପକଣ୍ଠ ବି ବିଜୁଳି କାଟ୍ ସମସ୍ୟାରୁ ବାଦ ପଡିନି । କିନ୍ତୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଚିରାଚରିତ ଉତ୍ତର । ରାଜ୍ୟରେ ପାୱାରକଟ୍ ଆରମ୍ଭ ହୋଇନି କି ହେବାର ସମ୍ଭାବନା ନାହିଁ । ଏହା ଗଣମାଧ୍ୟମର କାଳ୍ପନିକ ଖବର । ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି ।

ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ ପାୱାରକଟ୍ ହେଉଛି। ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ ବୋଲି କହିଛନ୍ତି ପ୍ରତାପ ଦେବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ଯାଉଥିବ । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ