Masthead

ଅମ୍ଲଜାନ ମାଗିବାରୁ କେସ୍ ଖାଇଲେ

ଆମେଥି (ବଡ଼ ଖବର ବ୍ୟୁରୋ): ସାରା ଦେଶକୁ କଲବଲ କଲାଣି କରୋନା । ଅମ୍ଲଜାନ ନପାଇ ଅନେକ ଲୋକେ ଜୀବନ ମଧ୍ୟ ହାରିବାର ଖବର ପ୍ରତିଦିନସମ୍ନାକୁ ଆସୁଛି । ଅମ୍ଲାଜନ ଅଭାବ ଥିବାନେଇ ପ୍ରତିଦିନ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟମରେ ଖବ ପ୍ରକାଶ ପାଉଛି । ଏହାରି ଭିତରେ ଏମିତି ଖବର ଆସୁଛି ଯେ ଜଣେ ବ୍ୟକ୍ତି ସୋଶିଆଲ ସାଇଟ ଟୁଇଟରରେ ଅମ୍ଲଜାନ ପାଇଁ ସହାୟାତା ମାଗିବାରୁ ତାଙ୍କ ନାଁରେ ଏତଲା ଦାୟର କରିଛି ପୋଲିସ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଅଭିଯୋଗ । କରୋନା ସଂକଟ ସମୟରେ ଜଣେ ବ୍ୟକ୍ତି ଅମ୍ଲଜାନ ପାଇଁ ସହାୟାତା ମାଗିବାରୁ ତାଙ୍କ ନାଁରେ ଏହି ଏଫଆଇଆର ଦାୟର କରିଛି ଆମେଥି ପୋଲିସ । ବ୍ୟକ୍ତି ଜଣକ ନିଜ ଟଇଟର ଆକାଉଣ୍ଟରେ ଅମ୍ଲଜାନ ପାଇଁ ସହାୟାତା ମାଗିଥିଲେ । ତେବେ ରାଜ୍ୟରେ ଅମ୍ଲଜାନ ପର୍ଯ୍ୟାପ୍ତ ପରିମାଣରେ ଥିବା ସହ ଏହି ଖବରକୁ ଗୁଜବ ବୋଲି କହି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି । ଗୁଜବକୁ ଦୂର କରିବା ପାଇଁ ଏଭଳି ପଦକ୍ଷପ ନିଆଯାଇତିବା କହିଛି ଆମେଥି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ