Masthead

୨୬/୧୧: କେମିତି ଥିଲା ପୂରା ଘଟଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୬ ନଭେମ୍ବର ୨୦୦୮ । ପ୍ରତ୍ୟେକ ଭାରତୀୟ ପାଇଁ ଏହା ଏକ କଳା ଦିବସ । ୧୯୯୩ ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣ ପରେ ୨୬/୧୧ ଭାରତରେ ସବୁଠାରୁ ବଡ଼ ଆତଙ୍କୀବାଦୀ ଆକ୍ରମଣ । ୧୦ଆତଙ୍କବାଦୀ ମୁମ୍ବାଇରେ ରଚନ୍ତି ମୃତ୍ୟୁର ତାଣ୍ଡବ । ମଣିଷ ରକ୍ତରେ ହୋଲି ଖେଳନ୍ତି ଆତଙ୍କବାଦୀ । ଟଳି ପଡେ ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ।

୨୬ ନଭେମ୍ବର ରାତି ୯ରେ ଏହି ୧୦ ଆତଙ୍କବାଦୀ ମୁମ୍ବାଇର କୋଲାବ ନିକଟରେ ଥିବା ଏକ ମାଛ ବଜାରରେ ଓହ୍ଲାଇଥିଲେ । ସେଠାରୁ ୨-୨ ଟିମରେ ବିଭକ୍ତ ହୋଇ ଯୋଜନା ଅନୁସାରେ ଆକ୍ରମଣ କରିବାକୁ ଯାଇଥିଲେ । ପ୍ରଥମେ ଲିଓପୋଲ୍ଡ କ୍ୟାଫେରେ ଆତଙ୍କବାଦୀମାନେ ପହଞ୍ଚି ଆଖିବୁଜା ଗୁଳି ଚାଳନା କରିଥିଲେ । ଏହା ପରେ ନିକଟରେ ଥିବା ନରିମନ ହାଉସରେ ପ୍ରବେଶ କରି ଆରମ୍ଭ କରିଥିଲେ ମୃତ୍ୟୁର ତାଣ୍ଡବ । ଏହା ଭିତରେ କଶାବ ଓ ଇସମାଇଲ ଖାନ ଛତ୍ରପତି ଶିବାଜୀ ଟରମିନାଲରେ ଆରମ୍ଭ କରନ୍ତି ଗୁଳିବର୍ଷା । କେହି କିଛି ବୁଝିବା ଆଗରୁ ଚାଲିଯାଏ ୫୮ ନୀରିହ ଜୀବନ । ଏ ଭିତରେ ହୋଟେଲ ତାଜକୁ ମଧ୍ୟ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇ ସାରିଥିଲେ । ମୁମ୍ବାଇର ୮ଟି ସ୍ଥାନରେ ଆତଙ୍କବାଦୀ ରଚିଥିଲେ ଦମନଲୀଳା । ମୁମ୍ବାଇ ପୋଲିସ କିଛି ବୁଝିବା ଆଗରୁ ଚାଲିଯାଇଥିଲା ୧୬୮ ଜୀବନ । ୨୮ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥାଏ । ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବହୁ ସାଧାରଣ ଲୋକଙ୍କ ସହ ପୋଲିସ ବି ସହିଦ ହୋଇଥିଲେ । ଦୀର୍ଘ ୫୯ ଘଣ୍ଟାର ଅପେରସନ ପରେ ମୁମ୍ବାଇରେ ଥିବା ସମସ୍ତ ଆକ୍ରମଣଙ୍କୁ ମାରିଥିଲେ ଏନଏସଜି କମାଣ୍ଡ । କେବଳ କଶାବକୁ କାବୁ କରିଥିଲା ମୁମ୍ବାଇ ପୋଲିସ । ଶେଷରେ ୨୮ ନଭେମ୍ବର ରାତି ୮.୩୦ରେ ମୁମ୍ବାଇକୁ ସୁରକ୍ଷିତ ଘୋଷଣା କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା