ଅଙ୍ଗନୱାଡିରେ ଅନିୟମିତତା, ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡି ଖାଦ୍ୟରେ ଅନିୟମିତତା ଅଭିଯୋଗ । ସାତଦିନ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ । ଶିଶୁ ଏବଂ ଗର୍ଭବତୀମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନାର ସୁଫଳ । ଅଙ୍ଗନୱାଡି ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ । ସମାଧାନ ନହେଲେ ସି.ଡ଼ି. ପି. ଓ ଅଫିସ ସମ୍ମୁଖରେ ଧାରଣାରେ ବସିବାକୁ ଦେଲେ ଚେତାବନୀ ।

ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଗ୍ରାମରେ । ଉକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଶେଷକରି ଖାଦ୍ୟ ବଣ୍ଟନରେ ଘୋର ଅନିୟମିତତା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରତିମାସ ଶିଶୁ ଏବଂ ଗର୍ଭବତୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ ଠିକଭାବେ ବଣ୍ଟନ କରା ଯାଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଙ୍ଗନୱାଡି ଦିଦି ଏହାକୁ ଖଣ୍ଡନ କରିଛନ୍ତି କହିଛନ୍ତି ।

ଅନ୍ୟପଟେ ଏ ବାବଦରେ ଗ୍ରାମବାସୀମାନେ ସୁପରଭାଇଜରଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିସାରିଲେଣି କେହି କର୍ଣ୍ଣପାତ କରୁନାହାଁନ୍ତି । ଯଦି ଆଗାମୀ ସାତଦିନ ମଧ୍ୟରେ ପ୍ରଶାସନ ତରଫରୁ କୌଣସି ସମାଧାନ କରା ନ ଯିବ ସି. ଡି. ପି. ଓ ଅଫିସି ସମ୍ମୁଖରେ ଧାରଣ ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!