Masthead

ଅଲଗା ହେଲେ ଅମିର ଖାନ ଓ କିରଣ ରାଓ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଲଗା ହେଲେ ଅମିର ଖାନ ଓ କିରଣ ରାଓ । ଦୀର୍ଘ ୧୫ବର୍ଷର ବୈବାହିକ ଜୀବନ ପରେ ସେମାନଙ୍କ ବିଚ୍ଛେଦ ହୋଇଛି । ଦୁଇଜଣ ଏକ ବିବୃତି ଜାରି କରି ନିଜର ବିଚ୍ଛେଦ ସମ୍ପର୍କରେ ଜଣାଇଛନ୍ତି । ଏହି ବିବୃତିର ଲେଖିଛନ୍ତି ”ଏଇ ସୁନ୍ଦର ୧୫ ବର୍ଷରେ ଆମେ ସାରା ଜୀବନର ଅଙ୍ଗେନିଭା ଅନୁଭୂତି, ଆନନ୍ଦ ଓ ହର୍ଷ ଆଦାନପ୍ରଦାନ କଲୁ। ଆମର ସମ୍ପର୍କ ବିଶ୍ବାସ, ସମ୍ମାନ ଏବଂ ସ୍ନେହରେ ପରିପୁଷ୍ଟ ହୋଇଥିଲା। ଏଥର ଆମେ ନୂଆ କରି ଆମର ବାକି ଜୀବନ ଆରମ୍ଭ କରିବୁ। ପତି-ପତ୍ନୀ ଭାବେ ନୁହେଁ, ସେ ଜୀବନ ସନ୍ତାନସନ୍ତତି ଲାଳନପାଳନ ପାଇଁ ସହଯୋଗୀ-ପିତାମାତା ଏବଂ ପରସ୍ପରର ପରିବାର ଭଳି”।

କେବଳ ଏତିକି ନୁହେଁ ଦୁହେଁ ବହୁ ଦିନ ଆଗରୁ ବିଚ୍ଛେଦ ଯୋଜନା ଆରମ୍ଭ କରିଥିଲେ ବୋଲି ମଧ୍ୟ କହିଛନ୍ତି। ଏହାଛଡ଼ା ଦୁଇ ଜଣ ଏହା ମଧ୍ୟ ଲେଖିଛନ୍ତି ଯେ, “ପୃଥକ୍ ବାସ କରି ସୁଦ୍ଧା ସମ୍ପ୍ରସାରିତ ପରିବାର ଭଳି ଆମେ ଜୀବନର ହର୍ଷବିଷାଦ ବାଣ୍ଟକୁଣ୍ଟ କରିବୁ। ଆମ ପୁତ୍ର ଆଜାଦକୁ ଏକତ୍ର ଲାଳନପାଳନ କରିବା ଲାଗି ଆମେ ସମର୍ପିତ ପିତାମାତା ହୋଇ ରହିବୁ। ଚଳଚ୍ଚିତ୍ର, ‘ପାନି ଫାଉଣ୍ଡେସନ୍‌’ ଏବଂ ଆମର ବିଶେଷ ଆଗ୍ରହ ଥିବା ଅନ୍ୟାନ୍ୟ ପ୍ରକଳ୍ପରେ ପରସ୍ପରର ସହଯୋଗୀ ଭାବେ କାର୍ଯ୍ୟଧାରା ବଜାୟ ରଖିବୁ। ନିରନ୍ତର ସାହାଯ୍ୟ ସହାନୁଭୂତି ଓ ଆମ ସମ୍ପର୍କର ଏଭଳି ବୁଝାମଣାକୁ ହୃଦୟଙ୍ଗମ କରିଥିବାରୁ ଆମ ପରିବାର ଓ ବନ୍ଧୁବାନ୍ଧବଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କ ବିନା ଆମେ ଏତେ ବଡ଼ ପଦକ୍ଷେପ ନେଇ ପାରି ନ ଥାନ୍ତୁ। ଶୁଭେଚ୍ଛା ଏବଂ ଆଶୀର୍ବାଦ ନିମନ୍ତେ ଆମେ ଆମ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛୁ”। ବିବାହ-ବିଚ୍ଛେଦ ଯେ, ଅବସାନ ନୁହେଁ, ଗୋଟାଏ ନୂତନ ଯାତ୍ରାର ଅୟମାରମ୍ଭ ବୋଲି ଆମ ପରି ଆପଣମାନେ ମଧ୍ୟ ବୁଝିପାରିବେ ବୋଲି ଆଶା କରୁଛୁ। ୨୦୧୧ ଡିସେମ୍ବର ୫ ତାରିଖରେ ‘ସରୋଗେସି’ ମାଧ୍ୟମରେ ଆମିର୍‌ ଖାନ ଓ ପତ୍ନୀ କିରଣ ରାଓ ଦ୍ବିତୀୟ ପୁତ୍ର ଆଜାଦ ରାଓ ଖାଁକୁ ଜନ୍ମ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି