Masthead

ମାଲ୍ୟା, ନୀରବ ଓ ମେହୁଲ ଚୋକସିଙ୍କ ସମ୍ପତ୍ତି ଜବତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ବିଭିନ୍ନ ବ୍ୟାଙ୍କକୁ ଠକି ବିଦେଶ ପଳାଇଥିବା ନୀରବ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କଠାରୁ ଜବତ ହୋଇଥିବା ୯,୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସରକାରୀ ବ୍ୟାଙ୍କ ଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ଫଳରେ ବ୍ୟାଙ୍କ ଗୁଡ଼ିକ ଠକେଇ ଜନିତ ୪୦% କ୍ଷତି ଭରଣା ହୋଇଛି । ଇଡି ତରଫରୁ ବର୍ତ୍ତମାନ ସୁଦ୍ଧା ଏହି ତିନି ପଳାତକ ଅର୍ଥନୈତିକ ଅପରାଧୀଙ୍କର ଯେଉଁ ସମ୍ପତ୍ତି ଜବତ କରାଯାଇଛି ତାହାର ମୂଲ୍ୟ ହେଉଛି ୧୮,୧୭୦.୦୨ କୋଟି । ସେଥିରେ ୯୬୯ କୋଟି ଟଙ୍କାର ବିଦେଶୀ ସମ୍ପତ୍ତି ସାମିଲ ରହିଛି । ଏହି ସବୁ ଜବତ ସମ୍ପତ୍ତି ହସ୍ତାନ୍ତର କରାଗଲେ ବ୍ୟାଙ୍କ ଗୁଡ଼ିକର ୮୦.୪୫% କ୍ଷତି ଭରଣା ହୋଇଯିବ ବୋଲି ଆକଳନ କରାଯାଉଛି ।

ମାଲ୍ୟା ୯ହଜାର କୋଟି, ନୀରବ ଓ ଚୋକସି ୧୪ହଜାର ୫୦୦ କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ପଳାଇଛନ୍ତି । କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଏବେ ବ୍ରିଟେନରୁ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ମାମଲା ଲଢୁଛନ୍ତି । ଏହାସହ ସେ ଏହି ମାମଲାରେ ଜାମିନ ପାଇ ଏବେ ବାହାରେ ଅଛନ୍ତି । ୨୦୧୯ ମସିହାରେ ବ୍ରିଟେନର ପୂର୍ବତନ ଗୃହ ସଚିବ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ବି ସେ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରି ଏବେ ବ୍ରିଟେନରେ ଅଛନ୍ତି । ଅନ୍ୟପଟେ ଗୀତାଞ୍ଜଳତୀ ଡାଇମଣ୍ଡ୍ସର ମାଲିକ ନୀରବ ମୋଦି ଓ ତାଙ୍କ ସଂପର୍କୀୟ କୁହାଯାଉଥିବା ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଆଇନର ଲଢେଇ ଲଢୁଥିବା ବେଳେ ସେମାନଙ୍କ ସଂପତ୍ତି ଜବତ କରିବାକୁ ଲାଗିପଡିଛନ୍ତି ବିଭାଗୀୟ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ