Masthead

ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ

ନାଗାଲାଣ୍ଡ(ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ । ସରକାରଙ୍କୁ ସମର୍ଥନ କଲେ ସବୁ ବିଧାୟକ । ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ସମସ୍ତ ବିଧାୟକ ବିଧିବଦ୍ଧ ଭାବେ ସରକାରରେ ସାମିଲ ହେବେ ନା ବାହରୁ ସମର୍ଥନ ଯୋଗାଇବେ, ସେକଥା ସ୍ପଷ୍ଟ ହୋଇନି। ସବୁ ବିଧାୟକଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ, ତା’ର ନିଷ୍ପତ୍ତି କ୍ଷମତାରେ ଥିବା ଏନଡିପିପି-ବିଜେପି ମେଣ୍ଟ ମିଳିତ ଭାବେ ନେବେ ବୋଲି ନାଗାଲାଣ୍ଡ ଡେପୁଟି ମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟୋନ ସୂଚନା ଦେଇଛନ୍ତି।

ରିଓ ଏନଡିପିପି ମୁଖ୍ୟ ହୋଇଥିବା ବେଳେ ତାଙ୍କ ଡେପୁଟି ପାଟ୍ଟୋନ ହେଉଛନ୍ତି ବିଜେପି ନେତା। ୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ରହିଥିଲା। ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବାରୁ ଏନଡିପିପି-ବିଜେପି ମେଣ୍ଟର ନାଁ ପିପୁଲ୍ସ ଡେମୋକ୍ରାଟିକ ଆଲିଆନ୍ସ ଗଭର୍ଣ୍ଣମେଣ୍ଟରୁ ୟୁନାଇଟେଡ ଡେମୋକ୍ରାଟିକ ଆଲିଆନ୍ସ(ୟୁଡିଏ) ହୋଇଥିଲା। ସେତେବେଳେ ଏକମାତ୍ର ବିରୋଧୀ ଦଳ ଭାବେ ଏନିପିଏଫ ୨୬ ବିଧାୟକଙ୍କ ସହ ରହିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଏନପିଏଫର ୨୬ ଜଣ ବିଧାୟକ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି