ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ

ନାଗାଲାଣ୍ଡ(ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ । ସରକାରଙ୍କୁ ସମର୍ଥନ କଲେ ସବୁ ବିଧାୟକ । ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ସମସ୍ତ ବିଧାୟକ ବିଧିବଦ୍ଧ ଭାବେ ସରକାରରେ ସାମିଲ ହେବେ ନା ବାହରୁ ସମର୍ଥନ ଯୋଗାଇବେ, ସେକଥା ସ୍ପଷ୍ଟ ହୋଇନି। ସବୁ ବିଧାୟକଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ, ତା’ର ନିଷ୍ପତ୍ତି କ୍ଷମତାରେ ଥିବା ଏନଡିପିପି-ବିଜେପି ମେଣ୍ଟ ମିଳିତ ଭାବେ ନେବେ ବୋଲି ନାଗାଲାଣ୍ଡ ଡେପୁଟି ମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟୋନ ସୂଚନା ଦେଇଛନ୍ତି।

ରିଓ ଏନଡିପିପି ମୁଖ୍ୟ ହୋଇଥିବା ବେଳେ ତାଙ୍କ ଡେପୁଟି ପାଟ୍ଟୋନ ହେଉଛନ୍ତି ବିଜେପି ନେତା। ୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ରହିଥିଲା। ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବାରୁ ଏନଡିପିପି-ବିଜେପି ମେଣ୍ଟର ନାଁ ପିପୁଲ୍ସ ଡେମୋକ୍ରାଟିକ ଆଲିଆନ୍ସ ଗଭର୍ଣ୍ଣମେଣ୍ଟରୁ ୟୁନାଇଟେଡ ଡେମୋକ୍ରାଟିକ ଆଲିଆନ୍ସ(ୟୁଡିଏ) ହୋଇଥିଲା। ସେତେବେଳେ ଏକମାତ୍ର ବିରୋଧୀ ଦଳ ଭାବେ ଏନିପିଏଫ ୨୬ ବିଧାୟକଙ୍କ ସହ ରହିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଏନପିଏଫର ୨୬ ଜଣ ବିଧାୟକ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା