Masthead

ବିଦେଶ ମାଟିରେ ଓଡ଼ିଆ ମହକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଦେଶ ମାଟିରେ ଓଡ଼ିଆ ମହକ । ଲଣ୍ଡନ ଓ ଆଇସଲାଣ୍ଡରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର । କନେକ୍ଟଭିଆ ମିଡିଆ ଦ୍ୱାରା ପ୍ରସ୍ତୁତ ଆଦ୍ୟା ଜଗଦ୍ଦେବ ପ୍ରଡକ୍ସନ୍ ବ୍ୟାନରେ ନିର୍ମିତ ହୋଇଛି ଓଡ଼ିଆ ମୁଭି ଫାଲଗୁନ ଚୈତ୍ର । ଏହାର ନିର୍ଦ୍ଦେଶକ ତରୁଣ କୁମାର ଦାସଙ୍କୁ ଲଣ୍ଡନ ଓ ଆଇସଲାଣ୍ଡର ଓଡ଼ିଆ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ୟୁକେରେ ଓଡ଼ିଆ ଫିଲ୍ମ ରିଲିଜ ହୋଇଥିବାରୁ ଦର୍ଶକ ଖୁସ୍ । ଫିଲ୍ମ ଦେଖି ସମସ୍ତେ ଉତ୍ସାହିତ । ଆଶା କରିଛନ୍ତି ଫ୍ୟୁଚରରେ ଏମିତି ଆହୁରି ମୁଭି ଆସିବ । ଓଡ଼ିଆ ଫିଲ୍ମ ବିଦେଶରେ ରିଲିଜ ହେବା ପ୍ରଶଂସନୀୟ ।

ଦେଶ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶକ ତରୁଣ କୁମାର ଦାସ ପ୍ରତିଶ୍ରୁତିବନ୍ଧ ବୋଲି କହିଛନ୍ତି । ଲଣ୍ଡନ ଓ ଆଇସଲାଣ୍ଡରେ ଥିବା ଓଡ଼ିଆମାନଙ୍କ ପାଖରେ ଓଡ଼ିଆ ସିନେମା ଫାଲଗୁନ ଚୈତ୍ର ପହଞ୍ଚିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ । ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଖରେ ଓଡ଼ିଆପଣର ଟିକିଏ ଛିଟା ପକାଇବା କନେକ୍ଟଭିଆ ମିଡିଆର ଲକ୍ଷ୍ୟ । ଓଡ଼ିଆ ଫିଲ୍ମ ଦେଖି ସମସ୍ତେ ଖୁସିଥିବାବେଳ ଆଗକୁ ଆହୁରି ଏଭଳି ଓଡ଼ିଆ ମୁଭିକୁ ନେଇ ଆଶାବାଦୀ ଅଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା