Masthead

ସ୍କୁଲ ଖୋଲିବାକୁ କୁନ୍ଥୁ କୁନ୍ଥୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରେ): ଅନଲକ୍ ୫.୦ ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ସବୁଜ ସଙ୍କେତ ଦେଇଛି। କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଶହ ଶହ ଲୋକଙ୍କର ମଧ୍ୟ ଜୀବନ ଯାଉଛି । ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିଲେ ମଧ୍ୟ ଅଧିକାଂଶ ରାଜ୍ୟର ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଇଚ୍ଛା କରୁନାହାନ୍ତି । ଅଭିଭାବକ ଓ ଶିକ୍ଷକମାନେ କୁନ୍ଥ କୁନ୍ଥ ହେଉଥିବାରୁ ଅନେକ ରାଜ୍ୟ ସ୍କୁଲ ଖୋଲିବା ସପକ୍ଷରେ ନାହିଁ । ବିଦ୍ୟାଳୟ ଖୋଲିବା ସମ୍ପର୍କରେ କେତେକ ରାଜ୍ୟ ମଧ୍ୟ ଚଳାଇଛନ୍ତି ବିଚାରବିମର୍ଷ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ବିଭିନ୍ନ ରାଜ୍ୟର ସରକାରମାନେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ପରାମର୍ଶ ଜାରି ରଖିଛନ୍ତି । କିଛି ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଶେଷକରି ବିଭିନ୍ନ ରାଜ୍ୟର ସରକାରମାନେ ଅଭିଭାବକମାନଙ୍କ ସହ ବୈଠକ ମଧ୍ୟ ଚଳାଇଛନ୍ତି । ଆଉ କିଛି ରାଜ୍ୟ ପରିସ୍ଥିତିର ସମୀକ୍ଷା ପାଇଁ ପ୍ୟାନେଲ ଗଠନ କରିଛନ୍ତି । ହରିୟାଣା ସରକାର ରାଜ୍ୟରେ ଥିବା ସମସ୍ତ ସ୍କୁଲ ଖୋଲି ସାରିଛନ୍ତି । ଅକ୍ଟୋବର ତୃତୀୟ ସପ୍ତାହରୁ ଉତ୍ତରପ୍ରଦେଶରେ ବିଦ୍ୟାଳୟ ଖୋଲିବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ଉତ୍ତରପ୍ରଦେଶରେ ପର୍ୟ୍ୟାୟକ୍ରମେ ବିଦ୍ୟାଳୟ ଖୋଲିବ । ଅକ୍ଟୋବର ୧୯ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ରାଜ୍ୟରେ ସ୍କୁଲ ଖୋଲିବ । କିନ୍ତୁ ଉପସ୍ଥାନ ପଞ୍ଜିକରଣ ବାଧ୍ୟତାମୂଳକ ହେବ ନାହିଁ । କାରଣ ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ ଜାରି ରଖିବାର ବିକଳ୍ପ ପାଇବେ । ଦୀପାବଳି ପରେ ପଶ୍ଚିମବଙ୍ଗରେ ସ୍କୁଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ