Masthead

ମହାଶିବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଥମ ନାଗରିକ

ହରିଦ୍ୱାର (ବଡ଼ ଖବର): ଶିବମୟ ଆଜି ସମଗ୍ର ଦେବ ଭୂମି ଭାରତ । ସବୁଠି ଚାଲିଛି ଦେବ ଦେବ ମହାଦେବଙ୍କ ଆରାଧନା । ସବୁଠି ଶୁଭୁଛି ଓଁ ନମଃ ଶିବାୟ । ଭକ୍ତମାନେ ଭକ୍ତି ଓ ନିଷ୍ଠାର ସହ ମହାଦେବଙ୍କୁ ପ୍ରାର୍ଥନା କରୁଛନ୍ତି । ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ ଏବଂ ୯ଟି ‘ଗଙ୍ଗା ସ୍ନାନ ରହିଛି। ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ଟ୍ୱଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ବିବାହର ପବିତ୍ର ବାର୍ଷିକୀ ଭାବେ ପାଳିତ ଏହି ଉତ୍ସବ ସମଗ୍ର ମାନବକୁଳ ଲାଗି ମଙ୍ଗଳମୟ ହେଉ।

ମହା ଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୫୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହ ଅନେକ ସିସିଟିଭି କ୍ୟାମେରା ଓ ଡ୍ରୋନ୍‌ ମଧ୍ୟ ମୁତୟନ କରାଯାଇଛି।

‘ହର୍‌କି ପୌରିଦରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଖଡ଼ାମାନଙ୍କ ଲାଗି ଏହି ପବିତ୍ର ସ୍ନାନ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବସାଧାରଣଙ୍କ ନିମନ୍ତେ ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଥିବା କଥା ଉତ୍ତରାଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି। ଗୁରୁବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ପ୍ରଥମ ପବିତ୍ର ବୁଡ଼ ପକାଇବାକୁ ଆସୁଥିବା ଯାତ୍ରୀଙ୍କ ଉପରେ ହେଲିକପ୍ଟର୍‌ରୁ ପୁଷ୍ପବୃଷ୍ଟି କରାଇବାକୁ ବୁଧବାର ଦିନ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ୍‌ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି