Masthead

ମହାଶିବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଥମ ନାଗରିକ

ହରିଦ୍ୱାର (ବଡ଼ ଖବର): ଶିବମୟ ଆଜି ସମଗ୍ର ଦେବ ଭୂମି ଭାରତ । ସବୁଠି ଚାଲିଛି ଦେବ ଦେବ ମହାଦେବଙ୍କ ଆରାଧନା । ସବୁଠି ଶୁଭୁଛି ଓଁ ନମଃ ଶିବାୟ । ଭକ୍ତମାନେ ଭକ୍ତି ଓ ନିଷ୍ଠାର ସହ ମହାଦେବଙ୍କୁ ପ୍ରାର୍ଥନା କରୁଛନ୍ତି । ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ ଏବଂ ୯ଟି ‘ଗଙ୍ଗା ସ୍ନାନ ରହିଛି। ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ଟ୍ୱଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ବିବାହର ପବିତ୍ର ବାର୍ଷିକୀ ଭାବେ ପାଳିତ ଏହି ଉତ୍ସବ ସମଗ୍ର ମାନବକୁଳ ଲାଗି ମଙ୍ଗଳମୟ ହେଉ।

ମହା ଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୫୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହ ଅନେକ ସିସିଟିଭି କ୍ୟାମେରା ଓ ଡ୍ରୋନ୍‌ ମଧ୍ୟ ମୁତୟନ କରାଯାଇଛି।

‘ହର୍‌କି ପୌରିଦରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଖଡ଼ାମାନଙ୍କ ଲାଗି ଏହି ପବିତ୍ର ସ୍ନାନ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବସାଧାରଣଙ୍କ ନିମନ୍ତେ ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଥିବା କଥା ଉତ୍ତରାଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି। ଗୁରୁବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ପ୍ରଥମ ପବିତ୍ର ବୁଡ଼ ପକାଇବାକୁ ଆସୁଥିବା ଯାତ୍ରୀଙ୍କ ଉପରେ ହେଲିକପ୍ଟର୍‌ରୁ ପୁଷ୍ପବୃଷ୍ଟି କରାଇବାକୁ ବୁଧବାର ଦିନ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ୍‌ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’