ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା । ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଗୋଟିଏ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା ।
ରେଡ଼ ସମୟରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ ଗ୍ରାମର ସୁନା ଗହଣା ଜବତ ହୋଇଛି। ଏହା ସହ ଏକ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି। ଜଳେଶ୍ୱର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ନୂଆ କରି ତିଆରି ହେଉଥିବା ୫ ମହଲା ରହିଛି। ଏହା ସହ ସେହି ବଡ଼ବଜାରରେ ଥିବା କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ଆଇଟିଆଇଟି ଛକରେ ସରକାରୀ ବାସଭବନ, ଅଫିସ୍ ଓ ଜଳେଶ୍ୱରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି।