Masthead

ପୁଣି କୃଷକଙ୍କ ସମର୍ଥନରେ ବାହାରିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ କୃଷକଙ୍କ ସପକ୍ଷରେ ବରୁଣ ଗାନ୍ଧୀ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକଙ୍କ ସମର୍ଥନରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି । ଏଥର ଶାସକ ଦଳକୁ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପୁରୁଣା ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ବରଂ କୃଷକମାନଙ୍କ ଆନ୍ଦୋଳନକୁ ବାରମ୍ବାର କେନ୍ଦ୍ର ସରକାର ଅଣଦେଖା କରିଆସୁଛନ୍ତି ।

ସେମାନଙ୍କର କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ଚାଷୀଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ବରୁଣ ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଏକ ବଡ଼ ହୃଦୟର ନେତାଙ୍କ ଦ୍ୱାରା କୁହାଯାଇଥିବା ଜ୍ଞାନ ଲେଖି ବରୁଣ ଗାନ୍ଧୀ ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କୃଷକଙ୍କ ସମର୍ଥନରେ କହୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଅଟଳ ବିହାରୀ ବାଜପେୟୀ ଏକ ସାଧାରଣ ସଭାରେ ସରକାରଙ୍କୁ ଚେତାବନୀ ଦେଉଛନ୍ତି । ତେବେ ମୁଁ ଚାଷୀଙ୍କୁ ଭୟଭୀତ କରୁଥିବା ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି । ଆମକୁ ଭୟଭୀତ କରିବାକୁ ଚେଷ୍ଟା କର ନାହିଁ । ଏହି କୃଷକମାନେ ଭୟ କରନ୍ତି ନାହିଁ । ଆମେ କୃଷକଙ୍କ ଆନ୍ଦୋଳନକୁ ରାଜନୀତିରେ ବ୍ୟବହାର କରିବାକୁ ଚାହୁଁନାହୁଁ । ଆମେ ସେମାନଙ୍କର ଦାବିକୁ ସମର୍ଥନ କରୁ ।

ଯଦି ସରକାର ଆମକୁ ଭୟଭୀତ କରିବାକୁ ଆଇନର ଅପବ୍ୟବହାର କରନ୍ତି, କୃଷକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତି ତାହାଲେ ଆମେ ମଧ୍ୟ ସେମାନଙ୍କ ସମର୍ଥନରେ ସେମାନଙ୍କ ଆନ୍ଦୋଳନରେ ଯୋଗଦେବୁ ବୋଲି ଏହି ଭିଡିଓରେ ଅଟଳ ବିହାରୀ ବାଜପେୟୀ କହିଛନ୍ତି । ସେପଟେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ