Masthead

ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଶୋଇଥିବାବେଳେ ଅଘଟଣ । ଅନ୍ଧାରର ସୁଯୋଗ ନେଇ ହାଣିଲେ ଦୃବୁର୍ତ୍ତ । ସ୍ୱାମୀ -ସ୍ତ୍ରୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଘରେ ପଶି ସ୍ୱାମୀଙ୍କୁ ହାଣି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ । ମୃତକ ଜଣକ ହେଲେ ଜଗବନ୍ଧୁ ଦେଓଗାମ । ଖବରପାଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁନ୍ଦୁରିଆ ଗାଁର ଜଗବନ୍ଧୁ ଦେଓଗାମ ନିଜ ସ୍ତ୍ରୀ ସହ ଘରେ ଶୋଇଥିଲୋ ପାଖାପାଖି ରାତି ୧୨:୩୦ ସମୟରେ କେହି ଦୃବୁର୍ତ୍ତ ଘରେ ପଶି ତାଙ୍କ ଜଙ୍ଘକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲା ।

ତେବେ ରାତିରେ ଅନ୍ଧାର ହେତୁ ଆକ୍ରମଣକାରୀ ଯୁବକକୁ ଚିହ୍ନି ପାରିନଥିଲେ ପରିବାର ଲୋକେ । ସଙ୍ଗେ ସଙ୍ଗେ ଏକ ଗାଡିକରି ଜଗବନ୍ଧୁଙ୍କୁ ମେଡିକାଲ ପହଞ୍ଚାଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଙ୍ଘ ହଣାଯାଇଥିବାରୁ ପ୍ରବଳ ରକ୍ତସ୍ରାବ ଘଟି ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ପୂର୍ବରୁ କୈଣସି କାରଣକୁ ନେଇ ବାପାଙ୍କ ସହ ତାଙ୍କର ଜଣେ ପୁତୁରାର ଝଗଡା ହୋଇଥିବାରୁ ହତ୍ୟାକାଣ୍ଡରେ ତାର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି ପରିବାରଲୋକେ । ସେପଟେ ମୃତଦେହ ଜବତ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ