Masthead

ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ସରକାରଙ୍କ ପୂଜା ଭେଟି । ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍‌ଟି । ୩ ସେପ୍ଟେମ୍ବର, ଜିଏସ୍‌ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍‌ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ ।

Image

ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର୍ ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ । ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ । ଯୁବବର୍ଗଙ୍କୁ ମଧ୍ୟ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର । ଜିଏସଟି ସଂସ୍କାର ଅଧୀନରେ, ସରକାର ଅନେକ ସାମଗ୍ରୀ ପାଇଁ ସ୍ଲାବ ପରିବର୍ତ୍ତନ କରିଛନ୍ତି ଏବଂ ଅନେକ ସାମଗ୍ରୀକୁ ଜିଏସଟିରୁ ମୁକ୍ତ ମଧ୍ୟ କରିଛନ୍ତି । ବର୍ତ୍ତମାନ ଶୂନ୍ୟ ଜିଏସଟି ଅଧିନରେ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ ।
Image
୫ ରୁ ୧୮% ଟିକସ ସ୍ଲାବ ଅଧୀନରେ ଆସୁଥିବା ଅନେକ ଉତ୍ପାଦକୁ ଏଥିରୁ ମୁକ୍ତ କରାଯାଇଛି । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଶିକ୍ଷା, କୃଷି, ଚିକିତ୍ସା ଏବଂ ପିଲାମାନଙ୍କ ପାଠପଢ଼ା ସାମଗ୍ରୀ ମଧ୍ୟ ନୂଆ ଜିଏସଟି କାର୍ଯ୍ୟକାରୀ ହେବା ପରେ ଶସ୍ତା ହୋଇଛି ।  ଔଷଧ ଜୀବନ ବୀମା ଉପରେ ଜିଏସଟି ଉଚ୍ଛେଦ କରି ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗୁ ହେଉଥିବା ୧୨% ଜିଏସଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ୍ଦ କରାଯାଇଛି । ଯେଉଁଥିରେ ୩ଟି କ୍ୟାନ୍ସର ଔଷଧ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଆଜିଠାରୁ କିଛି ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଜିନିଷ ଉପରେ ଟିକସ ବୃଦ୍ଧି ପାଇବାକୁ ଯାଉଛି, ଅର୍ଥାତ୍ ଏହା ମହଙ୍ଗା ହେବ ହୋଇଯିବ ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼