Masthead

ମଣିପୁରରେ ସାନି ମତଦାନ ଆରମ୍ଭ

ମଣିପୁର (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା। ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍‌ର ୩ଟି ବୁଥ୍‌ ଏବଂ ପଶ୍ଚିମ ଇମ୍ଫାଲ ଜିଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି।

ଏସବୁ ବୁଥ୍‌ରେ ଗତ ୧୯ ତାରିଖରେ ଭୋଟ ବେଳେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ଏଠାରେ ପୁଣି ଥରେ ଭୋଟଗ୍ରହଣ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ମଣିପୁରର ଦୁଇଟି ଲୋକ ସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ଭୋଟ ସମୟରେ କଂଗ୍ରେସ ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଦାବି କରିଛି। ତେବେ ଆପତ୍ତି ଉପରେ ବିଚାର କରିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କେବଳ ୧୧ଟି କେନ୍ଦ୍ରରେ ପୁନଃମତଦାନ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ